ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଲାଇଭ ମ୍ୟାଚ ବେଳେ ଗୁଳିକରି ହତ୍ୟା, ହତ୍ୟାକାରୀ ଫେରାର

ପଞ୍ଜାବର ଜଳନ୍ଧର ଜିଲ୍ଲାରେ ଜଣେ ଅନ୍ତର୍ଜାତୀୟ କବାଡି ଖେଳାଳିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ମ୍ୟାଚ୍ ଚାଲିଥିବା ସମୟରେ ଖେଳାଳି ସନ୍ଦୀପ ନଙ୍ଗଲଙ୍କୁ ଗୁଳି କରାଯାଇଛି। ଅମ୍ବିଆନ ଗାଁର ବାସିନ୍ଦା ସନ୍ଦୀପଙ୍କୁ ସନ୍ଧ୍ୟା ୬ଟାରେ ଜଳନ୍ଧରର ମାଲିଆ ଗାଁରେ କବାଡି କପ ସମୟରେ ଅଜଣା ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଛନ୍ତି। ତାଙ୍କ ମୁଣ୍ଡ ଏବଂ ଛାତି ଉପରକୁ ପ୍ରାୟ ୨୦ ରାଉଣ୍ଡ ଫାୟରିଂ କରାଯାଇଛି। ସନ୍ଦୀପଙ୍କ ଉପରେ ୧୨ ଜଣ ଦୁର୍ବୃତ୍ତ ଗୁଳି କରିଥିବା ଜଣାପଡିଛି।

ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ତର୍ଜାତୀୟ କବାଡି ଖେଳାଳି ସନ୍ଦୀପଙ୍କୁ ମାଲିଆ ଗାଁରେ ଚାଲିଥିବା ଟୁର୍ଣ୍ଣାମେଣ୍ଟ ସମୟରେ ଅଜଣା ଦୁର୍ବୃତ୍ତ ଗୁଳି କରିଥିଲେ। ଦୁର୍ବୃତ୍ତ ତାଙ୍କ ମୁଣ୍ଡ ଏବଂ ଛାତିକୁ ଲକ୍ଷ୍ୟ କରି ଗୁଳି କରିଥିଲା। ତେବେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିବାରେ ସକ୍ଷମ ହୋଇଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ଜଳନ୍ଧରର ମାଲିଆ ଗାଁରେ ଚାଲିଥିବା କବାଡି ଟୁର୍ଣ୍ଣାମେଣ୍ଟ ସମୟରେ ସନ୍ଦୀପ ନିଜର କିଛି ସାଥୀ ଖେଳାଳିଙ୍କୁ ଛାଡିବାକୁ ବାହାରକୁ ଆସିଥିଲେ। ସେହି ସମୟରେ ପୂର୍ବରୁ ରହିଥିବା ଦୁର୍ବୃତ୍ତ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.