ଲୋନ ନ ମିଳିବାରୁ ବ୍ୟାଙ୍କରେ ନିଆଁ ଲଗାଇଦେଲେ ବ୍ୟକ୍ତି

କର୍ଣ୍ଣାଟକ: କର୍ଣ୍ଣାଟକରେ ଜଣେ ବ୍ୟକ୍ତି ଲୋନ ପାଇଁ ବ୍ୟାଙ୍କରେ ନିଆଁ ଲଗାଇ ଦେଇଛନ୍ତି। ଏଭଳି ଘଟଣା ହାଭେରୀ ଜିଲ୍ଲାରେ ହୋଇଥିବାର ଜଣାପଡିଛି । ଏହି ବ୍ୟକ୍ତି ବ୍ୟାଙ୍କରେ ଲୋନ ପାଇଁ ଅନେକ ଥର ଆବେଦନ କରିଥିଲେ, କିନ୍ତୁ ବାରମ୍ବାର ପ୍ରତ୍ୟାଖ୍ୟାନ ହେବା ପରେ ବ୍ୟକ୍ତି ଜଣକ ବିରକ୍ତ ହୋଇଥିଲେ। ସେ ଏହି ପ୍ରତ୍ୟାଖ୍ୟାନକୁ ଏତେ ଘୃଣ୍ୟ ମନେ କଲେ ଯେ ସେ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ। ଖବର ଅନୁଯାୟୀ ଏଭଳି ମାମଲା ରବିବାର ହୋଇଥିବାର ଜଣାପଡିଛି । ଏହା ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

ପୋଲିସ କହିଛି ଯେ ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ କାଗିନେଲି ପୋଲିସ ଷ୍ଟେସନରେ ଭାରତୀୟ ଦଣ୍ଡବିଧାନର ଧାରା ୪୩୬,୪୭୭,୪୩୫ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପୋଲିସର ସୂଚନାନୁସାରେ, ଅଭିଯୁକ୍ତ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲା, ଯେଉଁଥିପାଇଁ ସେ ବ୍ୟାଙ୍କରେ ଆବେଦନ କରିଥିଲେ। ତେବେ ଡକ୍ୟୁମେଣ୍ଟ ଯାଞ୍ଚ ପରେ ବ୍ୟାଙ୍କ ତାଙ୍କ ଋଣ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି।

ଲୋନ ନେବା ପାଇଁ ଡକ୍ୟୁମେଣ୍ଟ ଏବଂ ଅନ୍ୟାନ୍ୟ ପାରାମିଟରଗୁଡିକ ବ୍ୟାଙ୍କଗୁଡିକ ଦ୍ୱାରା ଯାଞ୍ଚ କରାଯାଇଥାଏ, ଯାହା ପରେ ଲୋନ ଗ୍ରହଣ କରାଯାଏ। ହେଲେ ବ୍ୟକ୍ତିଙ୍କର ଏହି ଅମାନସିକ କାର୍ଯ୍ୟ ପାଇଁ ପୋଲିସ ଏହି ମାମଲାରେ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି।