Below header

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌: ଆସନ୍ତା ୧୭ରୁ ୨୧ ଯାଏ ନାମାଙ୍କନ ଦାଖଲ

ଭୁବନେଶ୍ବର(କେନ୍ଯୁଜ୍): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ୍‌। ଫେବୃୟାରୀ ୧୬, ୧୮, ୨୦, ୨୨, ୨୪ ଫେବୃଆରୀରେ ହେବ ଭୋଟ୍‌। ୫ଟି ପର୍ଯ୍ୟାୟରେ ହେବ ଭୋଟ୍‌ ଗ୍ରହଣ। ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନରେ ହେବ ଭୋଟ୍‌। ଫେବୃଆରୀ ୨୬, ୨୭ ଓ ୨୮ ୩ଟି ପର୍ଯ୍ୟାୟରେ ହେବ ଭୋଟ୍‌ ଗଣତି।

ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ। କୋଭିଡ କଟକଣା ଠିକ୍‌ ଭାବେ କଲେ ନିର୍ବାଚନ ସୁରକ୍ଷିତ ଭାବେ ହୋଇପାରିବ। ବ୍ଲକ୍‌ ସଦରରେ ହେବ ଭୋଟ୍‌ ଗଣତି। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଚାଲିବ। ଏଥର ମତଦାନ ପାଇଁ ଏକ ଘଣ୍ଟା ଅଧିକ ସମୟ ମିଳିବ। ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଲେ ଦଣ୍ଡିତ ହେବେ। ପଞ୍ଚାୟତ ନିର୍ବାଚନରେ ହେବନି ରାଲି ଓ ରୋଡ ସୋ। ପ୍ରଥପ୍ରାନ୍ତ ଓ ସମାବେଶ ଉପରେ କଟକଣା ଲଗାଯାଇଛି। କେବଳ ଡିଜିଟାଲ ମାଧ୍ୟମରେ ପ୍ରଚାରକୁ ଅନୁମତି ଦିଆଯିବ। ସର୍ବାଧିକ ୫ ଜଣ ଘରକୁ ଘର ବୁଲି ପ୍ରଚାର କରିପାରିବେ ।

ତାରିଖ ଘୋଷଣା ହେବା ପରେ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଦର୍ଶ ଆଚରଣ ବିଧି । ୧୭ ଜାନୁୟାରୀରୁ ୨୧ ଜାନୁୟାରୀ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯିବ। ୨୨ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୫ରେ ପ୍ରତ୍ୟାହାର କରାଯିବ। ୨୫ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.