କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା ଘଟଣା : ଦୁଇ ହତ୍ୟାକାରୀଙ୍କୁ ଚିହ୍ନଟ କଲା ପୋଲିସ, ଖୁବଶୀଘ୍ର ହେବେ ଗିରଫ

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟାକାରୀକୁ ଚିହ୍ନଟ କରାଯାଇଛି । ହତ୍ୟାକାରଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କର ସନ୍ଧାନ କରୁଛି ପୋଲିସ । ଦୁଇ ହତ୍ୟାକାରଙ୍କ ନାମ ରୋହିତ ରାଥୋଡ ଏବଂ ନୀତିନ ଫୌଜି । ପୋଲିସ ଦୁହିଁଙ୍କ ସ୍କୁଟି ମଧ୍ୟ ଜବତ କରିଛି ।

କରଣୀ ସେନା ଅଧ୍ୟକ୍ଷ ସୁଖଦେବ ସିଂ ଗୋଗାମେଡିଙ୍କୁ ଗୁଳି କରି ହତ୍ୟାକାରୀକୁ ଚିହ୍ନଟ କରାଯାଇଛି । ହତ୍ୟାକାରଙ୍କୁ ଚିହ୍ନଟ କରିବା ପରେ ସେମାନଙ୍କର ସନ୍ଧାନ କରୁଛି ପୋଲିସ । ଦୁଇ ହତ୍ୟାକାରଙ୍କ ନାମ ରୋହିତ ରାଥୋଡ ଏବଂ ନୀତିନ ଫୌଜି । ପୋଲିସ ଦୁହିଁଙ୍କ ସ୍କୁଟି ମଧ୍ୟ ଜବତ କରିଛି । ଏହା ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଛି ।

ଏହି ହତ୍ୟାକାଣ୍ଡ ପଛରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସ୍ପଷ୍ଟ ହୋଇଛି । ଉଭୟଙ୍କୁ ଗିରଫ କରିବା ପାଇଁ ଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ରାଜସ୍ଥାନ ପୋଲିସ କମିଶନ ସୂଚନା ଦେଇଛନ୍ତି । ତୁରନ୍ତ ଉଭୟ ଅଭିଯୁକ୍ତଙ୍କ ଗିରଫ ଦାବିରେ କରଣୀ ସେନା ପକ୍ଷରୁ ଆଜି ଜୟପୁର, ଜୋଧପୁର, ଅଲବର ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

ତେବେ ଏହି ଘଟଣା ପରେ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇ ଆପତ୍ତିଜନକ ପୋଷ୍ଟ ତୁରନ୍ତ ହଟାଇବାକୁ କୁହାଯାଇଛି । ଏଥିସହ ହିଂସା ଉସକାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାରେ ରାଜସ୍ଥାନ ପୋଲିସ ହରିୟାଣା ପୋଲିସ ମହାନିର୍ଦ୍ଦେଶକଙ୍କ ସହିତ କଥା ହୋଇ ସହଯୋଗ ଲୋଡିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ସୋଫାରେ ବସିଥିବା ବେଳେ ତାଙ୍କୁ ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ । ଏହି ଗୁଳିକାଣ୍ଡରେ ସୁଖଦେବ ସିଂହଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଦୁଇ ସହଯୋଗୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଏହି ସଂପୂର୍ଣ୍ଣ ଘଟଣା ସିସି ଟିଭିରେ କଏଦ ହୋଇଥିଲା । ଯାହାକୁ ଆଧାର କରି ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.