ଦୋସାର ଦାମ ୧୦୦୦ ଟଙ୍କା! ସୋସିଆଲ ମିଡ଼ିଆ ୟୁଜର ଦେଉଛନ୍ତି ଭିନ୍ନ ପ୍ରତିକ୍ରିୟା

ଆଶିଷ ସିଂ ନାମକ ଜଣେ ୟୁଜର X ରେ ଦୋସାର ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ ୩୦ ମିନିଟ୍ ଅପେକ୍ଷା କରିବା ପରେ ଦୁଇଟି ଦୋସା ଏବଂ ଇଡଲିରେ ହଜାରେ ଟଙ୍କା ଗଣିଛନ୍ତି । ଏବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ସାଉଥ ଇଣ୍ଡିଆରେ ଲୋକମାନଙ୍କ ସକାଳର ଆରମ୍ଭ ଦୋସା ଏବଂ ଇଡ଼ଲିରୁ ହୋଇଥାଏ । ବ୍ରେକଫାଷ୍ଟ ଭାବରେ ଏହାର ଚାହିଦା ଖୁବ ଅଧିକ । କିନ୍ତୁ ଏବେ ଏହା କେବଳ ସାଉଥ ଇଣ୍ଡିଆ ନୁହେଁ ଦେଶର ସବୁସ୍ଥାନରେ ଲୋକପ୍ରିୟ ହୋଇପାରିଛି । ଦୋସା ଏବଂ ଇଡ଼ିଲି କେବଳ ସ୍ୱାଦ ନୁହେଁ ଏହା ସବୁଠାରେ ଖୁବ କମ ଟଙ୍କାରେ ମଧ୍ୟ ମିଳିଯାଇଥାଏ । କିନ୍ତୁ ନିକଟରେ ଜଣେ ବ୍ୟକ୍ତି ଏହି ଦୋସା ଇଡ଼ିଲି ଖାଇବା ପାଇଁ ହଜାରେ ଟଙ୍କା ଗଣିଛନ୍ତି ସେ ବି ଅଧଘଣ୍ଟା ଅପେକ୍ଷା କରିବା ପରେ ।  ଦୋସା ଏବଂ ଇଡ଼ିଲିର ଦାମ ହଜାର ଟଙ୍କା ଶୁଣିବା ପରେ ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଘଟଣା ନିକଟରେ ଗୁରଗାଓଁରେ ଘଟିଛି । ଜଣେ ବ୍ୟକ୍ତି X ରେ ଦୋସାର ଏକ ପୋଷ୍ଟ ସେୟାର କରିଥିଲେ ଏବଂ ଗୁରଗାଓଁ କେତେ ମହଙ୍ଗା ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଶିଷ ସିଂ ୩୨ ଆଭେନ୍ୟୁରେ ଅବସ୍ଥିତ ଏକ ଲୋକପ୍ରିୟ ସାଉଥ ଇଣ୍ଡିଆନ ରେଷ୍ଟୁରାଣ୍ଟକୁ ଭୋଜନ କରିବାକୁ ଯାଇଥିଲେ ଏବଂ ଦୁଇଟି ଦୋସା ଏବଂ ଏକ ପ୍ଲେଟ୍ ଇଡଲି ଅର୍ଡର କରିଥିଲେ । ତେବେ ଏତିକି ଖାଦ୍ୟ ପାଇଁ ୧୦୦୦ ଟଙ୍କାର ବିଲ୍ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ନିରାଶ ହୋଇ ସେ କହିଛନ୍ତି, “୩୦ ମିନିଟ୍ ଅପେକ୍ଷା କରିବା ପରେ ଦୁଇଟି ଡୋସା ଏବଂ ଇଡଲିରେ ୧୦୦୦ ଟଙ୍କା ଖର୍ଚ୍ଚ କରି ଆସିଛନ୍ତି । ଏହା ହେଉଛି ୩୨ ତମ ଆଭେନ୍ୟୁରେ କାର୍ନାଟିକ୍ କାଫେ।” ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହେବା ପରଠାରୁ ତାଙ୍କ ପୋଷ୍ଟ ଇଣ୍ଟରନେଟ୍ ୟୁଜରଙ୍କୁ ଦୁଇ ଭାଗରେ ବିଭକ୍ତ କରିଛି । କିଛି ଲୋକ କହିଛନ୍ତି ଯେ ରେଷ୍ଟୁରାଣ୍ଟରେ ସାଧାରଣତଃ ଏହି ମୂଲ୍ୟ ରହିଥାଏ । ଅନ୍ୟ କିଛି ୟୁଜରମାନେ ତାଙ୍କୁ ବିକଳ୍ପ ଭାବରେ ଅନ୍ୟ ରେଷ୍ଟୁରାଣ୍ଟ ସଜେଷ୍ଟ କରିଥିଲେ ।

ଜଣେ ୟୁଜର କମେଣ୍ଟ କରିଛନ୍ତି, “କର୍ଣ୍ଣାଟକ ଏବଂ ତାମିଲନାଡୁରେ ଆପଣଙ୍କୁ ସମାନ ମୂଲ୍ୟର ଦୋସା ଏବଂ ଇଡଲି ମଧ୍ୟ ମିଳିପାରିବ । ଆପଣ ଏଠାରେ ଖାଦ୍ୟ ପାଇଁ ନୁହେଁ ବରଂ ଏହି ସ୍ଥାନ ପାଇଁ ପଇସା ଦେଇଛନ୍ତି ।” ଅନ୍ୟ ଜଣେ ୟୁଜର କହିଛନ୍ତି, “ଆପଣ ଲୋକେସନ ପାଇଁ ପଇସା ଦିଅନ୍ତି ଏବଂ କେବଳ ଦୋସା ପାଇଁ ନୁହେଁ । ୩୨ ଆଭେନ୍ୟୁ ଏକ ପ୍ରିମିୟମ୍ ରେଷ୍ଟୁରାଣ୍ଟ , ଏଥିରେ ଅଧିକ ମୂଲ୍ୟ ହି ଆଶା କରନ୍ତୁ । ଏବେ ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏବେ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏନେଇ ୟୁଜରମାନେ ମଧ୍ୟ ଅନେକ କମେଣ୍ଟ କରୁଛନ୍ତି । କାହିଁକି ଏହି ଦୋସାର ଦାମ ଏତେ ଅଧିକ ଏନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.