KIFF ୨୦୨୩ରେ ସଲମାନ ଖାନଙ୍କ ସହିତ ଡ୍ୟାନ୍ସ କଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ

ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କ ଭଳି ଅନେକ ଲୋକ ସାମିଲ ଥିଲେ । ଏହି ମଉକାରେ ସୋସିଆଲ ମିଡିଆରେ ସୌରବ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ଗୋଟିଏ ଲେଟଷ୍ଟ ଭିଡିଓ ଜୋରସୋର ଭାଇରାଲ ହେଉଛି ।

ବଲିଉଡ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ସଲମାନ ଖାନ ଏବେ କୋଲକାତାରେ ଅଛନ୍ତି । ଏହା ସହ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ୨୦୨୩ରେ ସଲମାନ ଖାନ ଗେଷ୍ଟ ଭାବେ ଯୋଗ ଦେଇଛନ୍ତି । ଏହି KIFF ୨୦୨୩ରେ ଭାଇଜାନଙ୍କ ବ୍ୟତୀତ ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀ ଏବଂ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରବ ଗାଙ୍ଗୁଲିଙ୍କ ଭଳି ଅନେକ ଲୋକ ସାମିଲ ଥିଲେ । ଏହି ମଉକାରେ ସୋସିଆଲ ମିଡିଆରେ ସୌରବ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କ ଗୋଟିଏ ଲେଟଷ୍ଟ ଭିଡିଓ ଜୋରସୋର ଭାଇରାଲ ହେଉଛି । ଯେଉଁଥିରେ ସେ ଫିଲ୍ମ ‘ଟାଇଗର ୩’ ବିଷୟରେ କଥା ହେବା ସହ ମମତା ବାନାର୍ଜୀଙ୍କ ଡ୍ୟାନ୍ସ ମଧ୍ୟ ଦେଖିବା ପାଇଁ ମିଳିଛି ।

ସୌରବ ଗାଙ୍ଗୁଲି ସେହି ଇଭେଣ୍ଟରେ ଭାଇଜାନଙ୍କ ବିଷୟରେ ଏପରି କିଛି କହିଛନ୍ତି, ଯେ ସଲମାନ ଖାନଙ୍କ ଫ୍ୟାନ୍ସ ଫଲୋଇଗିଂ ବହୁତ ଅଧିକ । ବଲିଉଡ ଇଣ୍ଡଷ୍ଟ୍ରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଧ୍ୟ ତାଙ୍କ ଫ୍ୟାନ୍ସଙ୍କ ସଂଖ୍ୟା ବହୁତ ଅଧିକ ରହିଛି । ସେହିପରି ଭାବେ ଭାରତୀୟ କ୍ରିକେଟ ଟିମ୍‌ର କାର୍ଯ୍ୟକରୁଥିବା ଲୋକ ଓ ଏକ୍ସ ବିସିସିଆଇ ଚ୍ୟାୟାରମ୍ୟାନ୍‌ ସୌରବ ଗାଙ୍ଗୁଲି ମଧ୍ୟ ଭାଇଜାନଙ୍କ ଫ୍ୟାନ୍‌ ବୋଲି ଜଣାପଡିଛି ।

ବାସ୍ତବରେ ୨୯ କୋଲକାତା ଇନ୍‌ଣ୍ଟରନେସନାଲ ଫିଲ୍ମ ଫେଷ୍ଟିବାଲ ହେଉଥିବା ସମୟର, ସୋରବ ଗାଙ୍ଗୁଲି ଏବଂ ମମତା ବାନାର୍ଜୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋର ଭାଇରାଲ ହେଉଛି । ଯେଉଁଥିରେ ସେ କହିଛନ୍ତି ଯେ ସଲମାନ ଏହି ଇଭେଣ୍ଟରେ ଅଛନ୍ତି ଏବଂ ମୋର ଆଜି ତାଙ୍କ ସହ ପ୍ରଥମ ଥର ଦେଖା ହେଉଛି । ଏହା ସହ ଏପରି ମଧ୍ୟ କହିଛନ୍ତି ଯେ ‘ଆପଣଙ୍କ କୋଲକାତାରେ ସ୍ୱଗାତ’ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରଠାରୁ ଫ୍ୟାନ୍ସ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

KIFF ୨୦୨୩ରେ ସଲମାନ ଖାନଙ୍କ ବ୍ୟତୀତ ବଲିଉଡର ଅନେକ କଳାକାର ସାମିଲ ହୋଇଥିଲେ, ଯେପରି ଅନିଲ କପୁର, ସୋନାକ୍ଷୀ ସିହ୍ନା, ମହେଶ ଭଟ୍ଟ ଏବଂ ଶତ୍ରୁଘନ ସିହ୍ନା ମଧ୍ୟ ସାମିଲ ଥିଲେ ।

ତେବେ ଏହି ଶୋର ବିଶେଷ କଥା ଏହା କି ପଶ୍ଚିମ ବଙ୍ଗଳାର CM ମମତା ବାନାର୍ଜୀଙ୍କ ସହିତ ଷ୍ଟେଜ୍‌ ଉପରେ ଏହି ସବୁ ବଲିଉଡ ଷ୍ଟାର ବହୁତ ଡ୍ୟାନ୍ସ କରିଥିଲେ । ଏହି ଭିଡିଓ ANI ଦ୍ୱାରା ସୋସିଆଲ ମିଡିଆ ଆକାଉଣ୍ଟ Xରେ ସେୟାର କରାଯାଇଛି । ତେବେ ସଲମାନ ଖାନଙ୍କ ସହିତ ମମତା ବାନାର୍ଜୀଙ୍କ ଏହି ଡ୍ୟାନ୍ସ ଭିଡିଓ ଇନ୍‌ଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି । ଯାହାକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.