Below header

POKରେ ଥିବା ବଙ୍କର ମଧ୍ୟରେ ହେଉଛି ଦୁଷ୍କର୍ମ, ଖୁଲାସା କଲେ କଶ୍ମୀର ଯୁବତୀ

ବଙ୍କର୍ ମଧ୍ୟରେ କଶ୍ମୀର ଯୁବତୀଙ୍କୁ ଯୌନ ନିର୍ଯାତନା । ଶରଣ ନେଉଥିବା ଯୁବତୀଙ୍କ ସହ ପିଓକେ ବା ପାକ୍ ଅଧିକୃତ କଶ୍ମୀରରେ ଥିବା ବଙ୍କରରେ ହେଉଛି ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ । ଏଭଳି ଏକ ଚାଂଚଲ୍ୟକାର ଖୁଲାସା କରିଛନ୍ତି ଜଣେ କଶ୍ମୀର ଯୁବତୀ ।

ଯୁବତୀଙ୍କ କହିବା ଅନୁଯାୟୀ, ୧୯୯୦ ରେ ଯେତେବେଳେ ସେ ନାବାଳିକା ଥିଲେ ସେତେବେଳେ ବି ଯୌନ ନିର୍ଯାତନାର ଶିକାର ହୋଇଛନ୍ତି । ପାକିସ୍ତାନର ଅଗ୍ରଣୀ ଗଣମାଧ୍ୟମ ଦି ଡନ୍ ରିପୋର୍ଟ ମୂତାବକ, ଏହି ଘଟଣା ୨୦୦୫ରୁ ହୋଇଆସୁଛି । ଯେବେ ଭୂକମ୍ପ ସମୟରେ ଶତାଧିକ କାଶ୍ମୀର ଯୁବତୀଙ୍କୁ ଅପହରଣ ପରେ ଯୌନ ନିର‌୍ୟାତନା ଏବଂ ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ଶରଣାର୍ଥୀ ଶିବିରରେ କରାଯାଇଥିଲା । ଏବେ ପରିସ୍ଥିତି ଏପରି ହୋଇଯାଇଛି ଯେ ଏଲଓସିରେ ରହୁଥିବା ଯୁବତୀମାନେ ଫାୟାରିଙ୍ଗ ସମୟରେ ବଙ୍କରରେ ରହିବା ପରିବର୍ତ୍ତେ ଅନ୍ୟ ସ୍ଥାନକୁ ଚାଲିଯିବା ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.