Below header

ସାମାଜିକ ଦୂରତା ନିୟମ ପାଳନ କରି ଛଅ ମାସ ପାଇଁ ଖୋଲିଲା କେଦାରନାଥ ଧାମ, ଏବେ କରିପାରିବେ ପ୍ରଭୁଙ୍କୁ ଦର୍ଶନ

ଜ୍ୟୋତିର୍ଲିଙ୍ଗ ଶ୍ରୀ କେଦାରନାଥ ଭଗବାନଙ୍କ ଏହି ଯାତ୍ରା ବର୍ଷର ମେଷ ଲଗ୍ନ, ପୁନର୍ବସୁ ନକ୍ଷତ୍ରରେ ହୋଇଥାଏ। ଦେଶରେ ଲକଡାଉନ ଏବଂ କରୋନା ଭାଇରସ ସଂକ୍ରମଣ ଭୟ ଚାଲିଥିବା ବେଳେ କିନ୍ତୁ ପ୍ରଭୁ ଶ୍ରୀ କେଦାରନାଥଙ୍କ ମନ୍ଦିର ବିଧିପୂର୍ବକ ଆଜି ୬ଟା ବାଜି ୧୦ ମିନିଟରେ ଖୋଲିଛି। ଭୋର ୩ଟାରୁ ଏହି ମନ୍ଦିରର କପାଟ ଖୋଲିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମନ୍ଦିରର ମୁଖ୍ୟ ପୂଜକ ଶିବଶଙ୍କର ଲିଙ୍ଗ ଏବଂ ଦେବପାଠୀ ମନ୍ଦିରର ଦକ୍ଷିଣ ଦ୍ୱାର ପୂଜା କରିବା ପରେ ମୁଖ୍ୟ ମନ୍ଦିରରେ ପ୍ରବେଶ କରି ମୁଖ୍ୟ କପାଟ ଖୋଲିବା ପରେ ଭୈରବନାଥଙ୍କ ଆବାହନ କରିଥିଲେ। କପାଟ ଖୋଲିବା ପରେ ଉତ୍ତରାଖଣ୍ଡ ଚାରିଧାମ ଦେବସ୍ଥାନମ ବୋର୍ଡର ଅଧିକାରୀ ବିଡି ସିଂହ, ତହସିଲଦାର ଜୟବୀର ରାମ ବଧାନୀ ଏବଂ ପୁଲିସ ପ୍ରଭାରୀ ମଞ୍ଜୁଲ ରାଓ୍ଵତ ମୁଖ୍ୟ ଦ୍ୱାରରେ ଉପସ୍ଥିତ ରହିଥିଲେ।

ମନ୍ଦିରର ମୁଖ୍ୟ ପୂଜାରୀ ଶିବଶଙ୍କର ଲିଙ୍ଗ ରୁଦ୍ରାଭିଷେକ ଏବଂ ଜଳାଭିଷେକ ପୂଜା ସଂପନ୍ନ କରି ଭଗବାନ କେଦାରନାଥଙ୍କ ଜଳାଭିଷେକ କରିଥିଲେ। କିନ୍ତୁ ଏହି ସମୟରେ ମନ୍ଦିର ମଧ୍ୟରେ ସାମାଜିକ ଦୂରତା ନିୟମକୁ ପାଳନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.