Below header

ବାଲିଗୁଡା : ଲକଡାଉନ ନିୟମ ଉଲଘଂନ କରି ୬ ଗିରଫ, ଟଙ୍କା ଜବତ

ବାଲିଗୁଡା (କେ ନ୍ୟୁଜ): ଲକ ଡାଉନ କଟକଣା ଅମାନ୍ୟ କରି ଯୁଆଖେଳିବା ନେଇ ଗିରଫ କରିଛି ତୁମୁଡିବନ୍ଧ ପୋଲିସ କ୍ଷ କରୋନା ନିୟନ୍ତ୍ରଣ ନେଇ ସାମାଜିକ ଦୂରତ୍ୱ ରଖିବା ସହ ଘରୁ ଅନାବଶ୍ୟକ ନ ବାହାରିବାକୁ କଟକଣା ରହିଛି । ଏପରି ସତ୍ୱେ କିଛି ଅମାନିଆ ନିୟମ ଉଲଘଂନ କରି ବାହାରେ ବୁଲିବା ସହ ଜୁଆ ଅଡ୍ଡା ଜମାଉଛନ୍ତି । ଏହି ଅମାନିଆ ଛଅ ଜୁଆଳିକୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୪୩୫୦ ଟଙ୍କା ଜବତ କରିଛି ପୋଲିସ । ଗିରଫ ଜୁଆଳି ହେଲେ ତୁମୁଡିବନ୍ଧ ଥାନା ଅଂଚଳର ହେମନ୍ତ ପ୍ରଧାନ, ଚନ୍ଦନ ପୃଷ୍ଟି, ପୂର୍ଣ୍ଣ ଚନ୍ଦ୍ର ସାହୁ, ଚିତ୍ରସେନ ପ୍ରଧାନ, ଭଞ୍ଜକ୍ଷ ସାହୁ ଓ ଅକ୍ଷୟ କୁମାର ସାହୁ । ଏ ନେଇ ବାଲିଗୁଡା SDPO ମାନସ ରଞ୍ଜନ ବାରିକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.