ଘର ଛାଡି ବିଦେଶ ଚାଲିଗଲେ ମାଲିକ, ଦୀର୍ଘ ତିନି ବର୍ଷ ହେଲା ଅଗଣାରେ ବସି ଅପେକ୍ଷା କରିଛି କୁକୁର, ଦେଖନ୍ତୁ ଭିଡିଓ

ଚାଇନାରେ ଏପରି ଏକ ଘଟଣା ଘଟିଛି ଯେଉଁଥିରେ ଗୋଟିଏ କୁକୁର ଗତ 3 ବର୍ଷ ଧରି ନିଜ ମାଲିକ ଘରକୁ ଫେରିବା ପାଇଁ ଅପେକ୍ଷା କରି ବସିଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଯେଉଁ ପରିବାର ସହିତ ଏହି କୁକୁର ରହୁଥିଲା ସେମାନେ ବର୍ତ୍ତମାନ ଦକ୍ଷିଣ କୋରିଆରେ ରହୁଛନ୍ତି କିନ୍ତୁ ତଥାପି କୁକୁରଟି ମାଲିକ କେବେ ଫେରିବେ ସେଥିପାଇଁ ଅପେକ୍ଷା କରି ବସିଛି । ଏହି କୁକୁରର ବିଶ୍ୱସ୍ତତା ଦେଖି ତାଙ୍କ ଆଖପାଖର ଲୋକମାନେ ମଧ୍ୟ ତାର ଯତ୍ନ ନେବା ଆରମ୍ଭ କରି ଦେଇଛନ୍ତି ।

ଖବର ମୁତାବକ ଚାଇନାର ସିଆନ୍ ସହରରେ ରହୁଥିବା ଏକ ପରିବାର 2017 ମସିହାରେ ଦକ୍ଷିଣ କୋରିଆ ଯାଇଥିଲେ କିନ୍ତୁ ସେମାନେ ନିଜ କୁକୁରକୁ ସାଥିରେ ନେଇ ନଥିଲେ । ତେବେ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଏହି କୁକୁର ହେଜୀ ଏଠାରେ ରହି ନିଜ ମାଲିକମାନଙ୍କୁ ଅପେକ୍ଷା କରିଛି । କିଛିଦିନ ତଳେ ସ୍ଥାନୀୟ କର୍ତ୍ତୃପକ୍ଷ ଏହି କୁକୁରକୁ ଏକ ବୁଲା କୁକୁର ଭାବି ନେଇଯିବାକୁ ଚେଷ୍ଟା କରିଥିଲେ ଆଉ ତା’ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ।

ଚାଇନାରେ କରୋନା ଆରମ୍ଭ ହେବା ପରେ ସରକାର ବିଲେଇ କୁକୁରମାନଙ୍କ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେଉଛନ୍ତି । ଏହି କାରଣରୁ କିଛି ଅଧିକାରୀମାନେ କିଛିଦିନ ତଳେ ହିଜେଙ୍କୁ ନେବାକୁ ଆସିଥିଲେ । କିନ୍ତୁ ଲୋକଙ୍କ ବିରୋଧ ପରେ ତାଙ୍କୁ ଫେରିବାକୁ ପଡିଲା । ହେଜୀଙ୍କ ଯତ୍ନ ନେଉଥିବା ଭଙ୍ଗ କହିଛନ୍ତି ଯେ କିଛି ଲୋକ ଏକାଠି ହେଜୀଙ୍କ ଯତ୍ନ ନିଅନ୍ତି । ତାଙ୍କୁ ମାଂସ ଏବଂ ଖାଦ୍ୟ ଦିଅନ୍ତି । ହେଜୀଙ୍କୁ ବଞ୍ଚାଇବା ପାଇଁ ଜଣେ ସ୍ଥାନୀୟ ଯୁବତୀ ଭିଡିଓ ନ୍ୟୁଜ୍ ପ୍ଲାଟଫର୍ମ ପିଆର ମାଧ୍ୟମରେ ଏକ ଆବେଦନ ମଧ୍ୟ କରିଛନ୍ତି ।

ଆଖପାଖର ଲୋକମାନଙ୍କ କହିବା ଅନୁଯାୟୀ ଖାଦ୍ୟ ଦେବା ସତ୍ତ୍ୱେ ମଧ୍ୟ କୁକୁର ହେଜୀ ଅନ୍ୟ କାହା ଘରେ ରୁହେ ନାହିଁ । ହେଜୀଙ୍କ ରହିବା ପାଇଁ ଲୋକମାନେ ମିଶି ଉକ୍ତ ଘରର ପ୍ରାଙ୍ଗଣରେ ଏକ ଛୋଟ ତମ୍ବୁ ତିଆରି କରିଛନ୍ତି । ଗତ ବର୍ଷ ସ୍ଥାନୀୟ ଅଞ୍ଚଳର ସମସ୍ତ ଲୋକ 5000 ୟୁଆନ୍ ଜମା କରିଥିଲେ ଯାହାଦ୍ୱାରା ହେଜୀଙ୍କ ଚିକିତ୍ସା ହୋଇପାରିବ । ବର୍ତ୍ତମାନ ତାକୁ ଲାଇସେନ୍ସ ଦିଆଯିବା ପାଇଁ ଚେଷ୍ଟା କରାଯାଉଛି ଯାହାଦ୍ୱାରା ବୁଲାକୁକୁର ଭାବି କେହି ତାକୁ ଉଠାଇ ନେଇ ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.