Below header

କେଜ୍ରିୱାଲ ସରକାରଙ୍କ ବଡ଼ ଘୋଷଣା, ୯ମ ଶ୍ରେଣୀ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା

ଦିଲ୍ଲୀ ସରକାର ମେଧାବୀ ଛାତ୍ରଙ୍କ ପାଇଁ ସ୍କରାଲସିପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ କ୍ଯାବିନେଟ ବୈଠକରେ ୯ମ ଶ୍ରେଣୀର ଏକ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କାର ବିଜ୍ଞାନ ସ୍କଲାରସିପ ଦେବା ପାଇଁ ମୁଖ୍ଯମନ୍ତ୍ରୀ ବିଜ୍ଞାନ ପ୍ରତିଭା ପରୀକ୍ଷା ସ୍କିମକୁ ମଞ୍ଜୁରୀ ଦେଇଛନ୍ତି। ଏନେଇ ଦିଲ୍ଲୀ ସିଏମଓ ପକ୍ଷରୁ ଟ୍ବିଟ୍ କରାଯାଇଛି।

ଦିଲ୍ଲୀ ସରକାର ୯ମ ଶ୍ରେଣୀର ମେଧାବୀ ଛାତ୍ରଙ୍କ ପାଇଁ ଏହି ସ୍କଲାରସିପ ଦେବାକୁ ଘୋଷଣା କରିଛନ୍ତି। ଆଉ ଏହି ଯୋଜନା ମାଧ୍ୟମରେ ପିଲାଙ୍କର ବୈଜ୍ଞାନିକ ପ୍ରଵୄତ୍ତିକୁ ଉତ୍ସାହିତ କରିବା ପାଇଁ ଏହି ପ୍ରୟାସ କରାଯାଇଛି। ଦିଲ୍ଲୀ ସରକାରଙ୍କ ଏହି ଯୋଜନାର ଫାଇଦା ୯ମ ଶ୍ରେଣୀର ହଜାରେ ଛାତ୍ରଛାତ୍ରୀଙ୍କୁ ମିଳିବ। ଏହା ଅନ୍ତର୍ଗତ ୮ମ ଶ୍ରେଣୀରୁ ସାମାନ୍ଯ ବର୍ଗରେ ୬୦ ପ୍ରତିଶତ ଏବଂ ଏସସି, ଏସଟି, ଓବିସି, ଦିବ୍ଯାଙ୍ଗ ବର୍ଗରେ ୫୫% ମାର୍କ ରଖିଥିବା ବିଦ୍ଯାର୍ଥୀ ଭାଗ ନେଇପାରିବେ।

ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ତାତଙ୍କ ସରକାର ମେଧାବୀ ଏବଂ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଛାତ୍ରମାନେ ଆମ ଦେଶର ଭବିଷ୍ଯତ। ସେମାନେ ହିଁ ଆଗକୁ ଯାଇ ବୈଜ୍ଞାନିକ, ଇଂଜିନିୟର, ଡାକ୍ତର ଏବଂ ଆର୍କିଟେକ ଇତ୍ଯାଦି ହେବେ। ଦେଶର ନାଁକୁ ଉଜ୍ବଳ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.