Below header

ଭିସୁଟ୍‌ କୁଳପତିଙ୍କ କ୍ଷମତା ସଙ୍କୁଚିତ: ନେଇପାରିବେନି କୌଣସି ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି, କୁଳାଧିପତି ଦେଲେ ନିର୍ଦ୍ଦେଶ

ସୁନ୍ଦରଗଡ: ବୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀଙ୍କ କ୍ଷମତା ସଙ୍କୁଚିତ କରାଗଲା । ଭିସୁଟ୍‌ କୁଳପତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେନି । କୌଣସି ଅର୍ଥ ସମ୍ବନ୍ଧୀୟ ନିଷ୍ପତ୍ତି ନେଇପାରିବେନି କୁଳପତି । ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ତଥା କୁଳାଧିପତି । ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କ ବିରୋଧରେ ନିଆଯାଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୁଳାଧିପତି ।

କୁଳପତି କୌଣସି ପ୍ରଶାସନିକ ନିଷ୍ପତ୍ତି ନେଇ ପାରିବେ ନାହିଁ । ଚାକିରି ବା ପଦୋନ୍ନତି କରିପାରିବେ ନାହିଁ । ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ କୁଳପତିଙ୍କ ଏସବୁ ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି କୁଳାଧିପତି ପ୍ରଫେସର ଗଣେଶୀ ଲାଲ । ପ୍ରଫେସର ଅଟଳ ଚୌଧୁରୀ ଭିସୁଟରେ ଯୋଗ ଦେବା ପରଠୁ ବିବାଦୀୟ ରହିଥିଲେ । ଆସନ୍ତା ୧୫ ତାରିଖରେ ପ୍ରଫେସର ଅଟଳ ଚୌଧୁରୀ ଚାକିରିରୁ ଅବସର ନେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.