ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ, ଏଥିପାଇଁ ପ୍ରସ୍ତୁତ ହେଉଛି ଏସ୍‌ଓପି: ସମୀର ଦାଶ

ଭୁବନେଶ୍ବର: ଖୋଲିପାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ । ଏଥିପାଇଁ ଏସ୍‌ଓପି ପ୍ରସ୍ତୁତ ହେଉଛି । ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସ୍‌ଆରସି ମାର୍ଗଦର୍ଶିକା ଜାରି କରିବେ । ଅଙ୍ଗନବାଡି ଖୋଲିଲାଣି, ଠିକ୍‌ ସମୟରେ ପ୍ରଥମରୁ ଅଷ୍ଟମ ଖୋଲିଯିବ ବୋଲି ମନ୍ତ୍ରୀ କହିଛନ୍ତି । ତେଣୁ ସରସ୍ୱତୀ ପୂଜା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିପାରେ ।

ସୂଚନା ଥାଉକି, ଆସନ୍ତା ୮ ତାରିଖରୁ ଖୋଲିବ ନବମ ଓ ଏକାଦଶ ଶ୍ରେଣୀ । ଶିକ୍ଷାର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଦକ୍ଷତା ଥିବା ପ୍ରାଥମିକ ସ୍କୁଲକୁ ଶିକ୍ଷାଦାନ ପାଇଁ ଶିକ୍ଷକ ନିୟୋଜିତ କରିବାକୁ ଡିଇଓ ଏବଂ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ନିୟୋଜିତ ହେବେ । ରବିବାର କ୍ଲାସ ହେବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.