କେରଳରେ ବିନା ଆଧାରରେ ମିଳିବନି ଦରମା, ସରକାର ନେଲେ ଏଭଳି ନିଷ୍ପତ୍ତି

ଆସନ୍ତା ଦିନ ମାନଙ୍କରେ କେରଳରେ ସରକାରୀ କର୍ମଚାରୀଙ୍କୁ ନିଜ ଦରମା ନେବା ପାଇଁ ଆଧାର କାର୍ଡର ଆବଶ୍ୟକତା ପଡିପାରେ। ନିକଟରେ କେରଳ ସରକାର କାର୍ଯ୍ୟାଳୟ ମାନଙ୍କରେ ଆଧାର କାର୍ଡ ଉପରେ ଆଧାରିତ ପଞ୍ଚିଂ ମେସିନ ଲଗାଇବାର ନିଷ୍ପତି ନେଇଛନ୍ତି।

ଏହି ପଞ୍ଚିଂ ମେସିନରେ ସ୍ପାର୍କ ସପ୍ଟଓୟାର ରହିବ। ସରକାରଙ୍କର ଏହି ଘୋଷଣା ପରେ ସରକାରୀ କର୍ମଚାରୀଙ୍କୁ ସ୍ପାର୍କ ସପ୍ଟଓୟାରରେ ଆଧାର କାର୍ଡ ରେଜିଷ୍ଟରର୍ଡ କରିବା ପରେ ହିଁ ତାଙ୍କୁ ତାଙ୍କର ଦରମା ମିଳିପାରିବ। ଖାଲି ସରକାରୀ କାର‌୍ୟ୍ୟଳୟ ନୁହଁ ବରଂ ଶିକ୍ଷା ସଂସ୍ଥା ଗୁଡିକରେ ମଧ୍ୟ ବାୟୋମେଟ୍ରିକ ମେସିନ ଲଗାଯିବ।

COURT-3

ରାଜ୍ୟ ସରକାରଙ୍କ କହିବା ମୁତାବକ, ଏହି ନୂଆ ସିଷ୍ଟମ ଦ୍ବାରା କର୍ମଚାରୀଙ୍କ ସ୍କିଲ ଏବଂ ଆଉଟପୁଟ ବଢ଼ିବ ବୋଲି ଆଶା କରାଯାଉଛି । ଏହାକୁ ଲାଗୁ କରିବା ଦ୍ବାରା ୫ ଲକ୍ଷ ୬୦ ହଜାର କର୍ମଚାରୀ ପ୍ରଭାବିତ ହେବେ। ଏହି କର୍ମଚାରୀଙ୍କ ମଧ୍ୟରେ ରାଜ୍ୟ ସଚ୍ଚିବାଳୟରୁ ଆରମ୍ଭ କରି ସରକାରୀ ସ୍କୁଲ କର୍ମଚାରୀ ପର୍ଯ୍ୟନ୍ତ ସାମିଲ ରହିଛନ୍ତି।

biometric-machines

କିପରି କରିବ କାମ

ଆଧାର ଆଧାରିତ ବାୟୋମେଟ୍ରିକ୍ ପଞ୍ଚିଂ ସିଷ୍ଟମରେ ଫିଙ୍ଗର ପ୍ରିଣ୍ଟ ସେନ୍ସର ରହିବ। ଏହି ଦ୍ବାରା କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିଛନ୍ତି କି ନାହିଁ ତାହା ଜଣାପଡିବ। ସରକାରୀ କାର୍ଯ୍ୟାଳୟରେ ନୂଆ ସିଷ୍ଟମ ଲାଗୁ ହେବା ପରେ କର୍ମଚାରୀଙ୍କୁ ଆଧାର ନମ୍ବର ରେଜିଷ୍ଟେର୍ଡ କରିବାକୁ ପଡିବ। ଯାହାପରେ ହିଁ ତାଙ୍କୁ ଦରମା ମିଳିବ। ପଞ୍ଚିଂ ମେସିନ ପାଇଁ ପ୍ରସ୍ତୁତ କରାଯାଇଥିବା ସପ୍ଟଓୟାର ନ୍ୟାସନାଲ ଇକୋନୋମିକ୍ ସେଣ୍ଟର ଦ୍ବାରା ଉପଲବ୍ଧ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.