ସୁପ୍ରିମକୋର୍ଟରୁ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରୁ ପ୍ରିୟଙ୍କା ଶର୍ମାଙ୍କୁ ମିଳିଲା ଜାମିନ। ନିଜର ଆପତ୍ତିଜନକ ଫେସବୁକ ପୋଷ୍ଟ ନେଇ କ୍ଷମା ମାଗିବା ପରେ  ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମାମଲାର ଶୁଣାଣି କରି ଜଷ୍ଟିସ ଇନ୍ଦିରା ବାନାର୍ଜୀ ପ୍ରିୟଙ୍କା ଜାମିନରେ ମୁକୁଳିବା ମାତ୍ରେ କ୍ଷମାପ୍ରାର୍ଥନା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସଦସ୍ୟ ହୋଇ ଅନ୍ୟ ଜଣେ ରାଜନେତାଙ୍କ ବିରୋଧରେ ଆପତ୍ତିଜନକ ଫଟୋ ପୋଷ୍ଟ କରିବା ଆଇନର ଉଲ୍ଲଙ୍ଘନ ବୋଲି ସ୍ପଷ୍ଟ କରିଥିଲେ ଜଷ୍ଟିସ ବାନାର୍ଜୀ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମିମ୍‌ ପୋଷ୍ଟ କରିବା ଅଭିଯୋଗରେ ପଶ୍ଚିମବଙ୍ଗ ପୋଲିସ ପ୍ରିୟଙ୍କାଙ୍କୁ ମେ ୧୦ତାରିଖରେ ଗିରଫ କରିଥିଲା। ମେ ୧୧ ତାରିଖରେ ହାଓଡା କୋର୍ଟ ତାଙ୍କୁ ୧୪ଦିନ ପାଇଁ ଜେଲକୁ ପଠାଇଦେଇଥିଲେ। ଜାମିନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ପ୍ରିୟଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.