ଆମିରଙ୍କ ମେସେଜ୍ କଲା ସନିଙ୍କ ଆଶା ପୂରା, ୩ବର୍ଷ ପୂର୍ବେ ଏଥିପାଇଁ ଟ୍ବିଟ ଯୋଗେ କରିଥିଲେ ସପୋର୍ଟ

ବଲିଉଡର ବେବି ଡଲ ତଥା ସନି ଲିଓନି ଗତକାଲି ତାଙ୍କର ୩୩ତମ ଜନ୍ମ ଦିନ ପାଳନ କରିଛନ୍ତି। ଏହାକୁ ସେ ତାଙ୍କ ସ୍ବାମୀ ଡାନିଏଲ ଏବଂ ତିନି ସନ୍ତାନଙ୍କ ସହ ପାଳନ କରିଥିଲେ। ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଅନେକ ବଲିଉଡ ଷ୍ଟାର ଦେଇଥିଲେ କିନ୍ତୁ ତାହା ମଧ୍ୟରେ ଏପରି ଏକ ଶୁଭେଚ୍ଛା ଥିଲା ଯାହା ସନିଙ୍କ ସବୁ ଆଶା ପୂରା କରି ଦେଇଥିଲା।

ସନିଙ୍କ ଜନ୍ମଦିନରେ ବଲିଉଡ଼ର ପରଫେକ୍ଟସନିଷ୍ଟ ଆମିର ଖାନ ଟ୍ବିଟ କରି ଶୁଭକାମନା ଦେବା ସହ ଲେଖିଥିଲେ, “ପ୍ରିୟ ସନି ଲିଓନି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। ଆଶା କରୁଛି ତୁମ ଦିନ ଖୁବ ଭଲରେ ବିତିଥିବ”। ଆମିରଙ୍କ ଟ୍ବିଟ ପରେ ଆଶା କରାଯାଉଛି କି ଦୁହିଁଙ୍କୁ ଖୁବ ଶୀଘ୍ର ଏକାସାଙ୍ଗରେ ବଡ ପରଦାରେ ଦେଖିବାକୁ ମିଳିପାରେ।


ଆପଣଙ୍କୁ କହିବାକୁ ଚାହିଁବୁ ୩ ବର୍ଷ ପୂର୍ବେ ସନି ଏକ ଇଣ୍ଟରଭ୍ୟୁରେ କହିଥିଲେ ତାଙ୍କ ପୂର୍ବ ଜୀବନ ପାଇଁ ବଲିଉଡ଼ରେ କୌଣସି ଖାନ ତାଙ୍କ ସହ କେବେ ହେଲେ କାମ କରିବାକୁ ଇଚ୍ଛା ପ୍ରକାଶ କରିବେ ନାହିଁ। ଯାହାର ପ୍ରତି ଉତ୍ତରରେ ଆମିର ଟ୍ବିଟ କରି କହିଥିଲେ, “ସନି ମୁଁ ଆପଣଙ୍କ ସହ କାମ କରି ବହୁତ ଖୁସି ହେବି। ମୋର ଆପଣଙ୍କ ବିଗତ ଜୀବନ ସହ କିଛି ଅସୁବିଧା ରହିନାହିଁ। ଆପଣ ଖୁସିରେ ରୁହନ୍ତୁ”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.