Below header

କରୋନାର XE ଭାରିଆଣ୍ଟକୁ ନେଇ WHO ର ଚେତାବନୀ: ଜାଣନ୍ତୁ ଏହାର ଲକ୍ଷଣ ଓ ଏହା କେତେ ଖତରନାକ୍

ଆପଣ ଜାଣିଛନ୍ତି ଯେ ବର୍ତ୍ତମାନ ବିଶ୍ବରେ କରୋନାର ପ୍ରକୋପ କମୁଥିବା ବେଳେ କେବଳ ଚୀନରେ ହିଁ ଏହା ଏବେ ଅଧିକ ବ୍ୟାପିବାରେ ଲାଗିଛି। ଚୀନକୁ ଛାଡ଼ି ଅନ୍ୟ ଦେଶ ଗୁଡିକରେ କିଛି ମାତ୍ରାରେ ଏହି ମହାମାରୀର ସଂକ୍ରମଣ କମିଛି। କିନ୍ତୁ ମୁମ୍ବାଇରେ ଦେଖା ଯାଇଥିବା ଆଉ ଏକ କରୋନା ଭାରିଆଣ୍ଟ ହେଉଛି XE ଭାରିଆଣ୍ଟ। ଅନେକ ଲୋକ ଏହି ଭାରିଆଣ୍ଟକୁ ନେଇ ଡରି ଯାଇଥିବା ବେଳେ ଏହା ଉପରେ ଗବେଷଣା କରାଯାଉଛି। ତେବେ ଏହାକୁ ଔଷଧ ଦ୍ଵାରା ଠିକ୍ କରାଯାଇପାରିବ।

ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ବିଷୟରେ। ଏହି xe ଭାରିଆଣ୍ଟ ଦ୍ବାରା ମୁମ୍ବାଇରେ ଜଣେ ମହିଳା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲେ। ଏହା ପରେ ଏହି ଭାରିଆଣ୍ଟ ଉପରେ ରିସର୍ଚ୍ଚ କରାଯାଇଥିଲା। ଏମିତିକି ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମଧ୍ୟ ଏହି ଘଟଣାକୁ ଚିନ୍ତା ଜନକ ବିଷୟ ବୋଲି କହିଥିଲେ କିନ୍ତୁ ପରେ ଜଣା ପଡ଼ିଥିଲା ଏହା ଏତେ ମାରାତ୍ମକ ନୁହେଁ। ୫୦ ବର୍ଷୀୟା ମହିଳା ଜଣଙ୍କ ଦକ୍ଷିଣ ଆଫ୍ରିକାରୁ ଯାତ୍ରା କରି ଫେରିଥିଲେ।

COVID
PICTURE CREDIT- NDTV.COM

ତେବେ ଓମିକ୍ରନ୍ କରୋନାର ଏକ ନୂଆ ଭାରିଆଣ୍ଟ, ଯାହାକି କୋଭିଡ୍ ୧୯ ର ତୃତୀୟ ଲହର ସୃଷ୍ଟି କରିଥିଲା। ତେବେ ଏହି xe ଭାରିଆଣ୍ଟକୁ ଚତୁର୍ଥ ଲହର ଆଖ୍ୟା ଦିଆ ଯାଉଛି। କରୋନାଭାଇରସ୍ ର XE ଭାରିଆଣ୍ଟ ବିଷୟରେ କହିବାକୁ ଗଲେ ଏହା ଓମିକ୍ରନ୍ ଭାରିଆଣ୍ଟର ଏକ ଭାରିଆଣ୍ଟର, ଯାହା ଚଳିତ ବର୍ଷ ଚିହ୍ନଟ ହୋଇଥିବା ୯୦ ପ୍ରତିଶତରୁ ଅଧିକ ସଂକ୍ରମଣ ପାଇଁ ଦାୟୀ। ଏହାର ଦୁଇଟି ପ୍ରମୁଖ ଉପ-ଭାରିଆଣ୍ଟ ମଧ୍ୟ ରହିଛି, ଯାହାର ନାମ BA.1 ଏବଂ BA.2 । ଏହାର ଅନ୍ୟ ଏକ ଭାରିଆଣ୍ଟ BA.3 ମଧ୍ୟ ରହିଛି, ଯାହା ଖୁବ୍ କମ୍ ଦେଖାଯାଇଥାଏ।

ପ୍ରଥମେ BA.1 ଉପ-ଭାରିଆଣ୍ଟ ସବୁଠାରୁ ଅଧିକ ସଂକ୍ରମଣ କରାଉଥିଲା। ଏହା ପରେ BA.2 ଆସିଲା, ଯାହା ପୂର୍ବ ଠାରୁ ଅଧିକ ବ୍ୟାପିଲା। ଏମିତିକି ୯୪ ପ୍ରତିଶତ ସଂକ୍ରମଣ କରାଉଥିଲା। କିନ୍ତୁ ଏହାକୁ ନେଇ ଚିନ୍ତା କରିବା କଥା ନୁହେଁ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ କହିଛି। XE ପ୍ରକାରକୁ ‘ରେକମ୍ବିନାଣ୍ଟ’ ମଧ୍ୟ କୁହାଯାଏ । ଏହି XE ଭାରିଆଣ୍ଟର ୬୦୦ ସାମ୍ପ୍ଲଲ ଗତ ଜାନୁୟାରୀରେ ଦେଖିବାକୁ ମିଳିଥିଲା। ୱାର୍ଲ୍ଡ ହେଲଥ୍ ଅର୍ଗାନାଇଜେସନ୍ (WHO) କହିଛି ଯେ XE ମ୍ୟୁଟେସନ୍ ବର୍ତ୍ତମାନ ଓମିକ୍ରନ୍ ଭାରିଆଣ୍ଟର ଅଂଶ ଭାବରେ ଟ୍ରାକ୍ କରାଯାଉଛି। ଏହାର ମୁଖ୍ୟ ଲକ୍ଷଣ ହେଉଛି ଜ୍ୱର, ଗଳା ଯନ୍ତ୍ରଣା, ଗଳାରେ ଘା ହେବା, କାଶ ଏବଂ ଥଣ୍ଡା, ଶରୀରରେ ତାପମାତ୍ରା ରହିବା ଏବଂ ପେଟର ଯନ୍ତ୍ରଣା ଅନୁଭବ ହେବା।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ର ଏପିଡେମୋଲୋଜି ଏବଂ କମ୍ୟୁନିକେବଲ୍ ରୋଗ ଡିଭିଜନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ବରିଷ୍ଠ ଏପିଡେମୋଲୋଜିଷ୍ଟ୍ ଡ଼ାକ୍ତର ରମଣ ଗଙ୍ଗାଖେଡେକର କହିଛନ୍ତି ଯେ ଯେତେବେଳେ ଏକ ରେକମ୍ବିନାଣ୍ଟ ହୁଏ, ସେତେବେଳେ ଏହା ଅଳ୍ପ ସମୟ ପର୍ଯ୍ୟନ୍ତ ରହିଥାଏ। ଗଙ୍ଗାଖେଡେକର କହିଛନ୍ତି ଯେ ରେକମ୍ବିନାଣ୍ଟ ପ୍ରୋସେସରେ ଶରୀରରେ ଦୁଇଟି ଭିନ୍ନ ପ୍ରକାରର ଜୀବାଣୁ ରହିଥାନ୍ତି ଏବଂ ସେମାନେ ପୁନର୍ବାର ଏକ ନୂତନ ଜୀବାଣୁ ସୃଷ୍ଟି କରନ୍ତି। ଯାହାକି ଏହି xe କରାଉଛି।

ତେବେ ପ୍ରଥମେ ଏହି XE ଭାରିଆଣ୍ଟ ବ୍ରିଟେନରେ ଚିହ୍ନଟ ହୋଇଥଲା। WHO ଏହାର ରିପୋର୍ଟରେ କହିଛି ଯେ ଏହି XE ଅଧିକ ମାତ୍ରାରେ ବ୍ୟାପୁଛି ।ଥାଇଲ୍ୟାଣ୍ଡ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ XE ପ୍ରକାର ଚିହ୍ନଟ ହୋଇଛି। ଏହା ଅଧିକ ମାତ୍ରାରେ ସଂକ୍ରମଣ ମଧ୍ୟ କରାଉଛି। ‘ହୁ’ କହିଛି ଯେ ଏହାକୁ ଆମେ ଚତୁର୍ଥ ଲହରର ଆଗମନ ବୋଲି କହିପାରିବା। ତେଣୁ ସମସ୍ତେ ସତର୍କତା ଅବଲମ୍ବନ କରିବା ଦରକାର। ଏହାକୁ କିଛି ଲୋକଙ୍କ ପାଇଁ ଭୟଙ୍କର ବୋଲି କୁହାଯାଇପାରେ ଓ କିଛି ଲୋକଙ୍କ କ୍ଷେତ୍ରରେ ଏହା ଜଲଦି ଠିକ୍ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.