କେସର ସହ ତୁଳସୀ ମିଶାଇ ଖାଇବା ଦ୍ୱାରା ଶରୀର ଓ ତ୍ୱଚା ସୁସ୍ଥ ରୁହେ

ଖାଦ୍ୟପେୟରେ ଅଣିଏୟମିତତା ତଥା ମାତ୍ରାଧିକ ପ୍ରଦୂଷଣ କାରଣରୁ ମହିଳାଙ୍କ ଠାରେ ତ୍ୱଚା ସମସ୍ୟା ଦେଖାଦେଉଛି । କିଛି ଜଣଙ୍କ ମନରେ ଧାରଣା ରହିଛି ଯେ ତ୍ୱଚା ସମସ୍ୟା ଦେଖାଦେଲେ ମାହାଙ୍ଗା ତଥା ବ୍ରାଣ୍ଡେଡ ପ୍ରଡକ୍ଟ ବ୍ୟବହାର କଲେ ସମସ୍ୟା ଦୂର ହେବ । କିନ୍ତୁ ଜାଣନ୍ତିକି ଆପଣ କେତେ ଗୁଡିଏ ଅତି ସାଧାରଣ ଘରୋଇ ତରିକରେ ବି ତ୍ୱଚା ସମସ୍ୟାରୁ ମୁକ୍ତି ପାଇପାରିବେ । ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ଛୋଟ ଛୋଟ ଟିପ୍ସ ବାବଦରେ ଜାଣି ରଖିବା ଯାହାକୁ ବ୍ୟବହାର କରି ଆପଣ ତ୍ୱଚା ସହ ଜଡିତ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ପାଇପାରିବେ।

ହିନ୍ଦୁ ଧର୍ମରେ ପୂଜା ପାଉଥିବା ତୁଳସୀ ଚେର-ମୂଳି ଔଷଧ ରୂପେ ଜଣାଶୁଣା। ଅଧିକାଂଶ ଲୋକ ଥଣ୍ଡା ସମୟରେ ତୁଳସୀକୁ ଔଷଧ ରୂପେ ବ୍ୟବହାର କରିଥାନ୍ତି। ତୁଳସୀରେ ଅନେକ ଗୁଣ ଭରି ରହିଛି, ଯାହା ସମସ୍ତ ସ୍ୱାସ୍ଥ୍ୟ ସମସ୍ୟାକୁ ଜଲଦି ଶେଷ କରିଦେଇଥାଏ। ପ୍ରକୃତିର ଏହି ଉପହାର ମଧ୍ୟରୁ ଗୋଟିଏ ତୁଳସୀ ଓ ଅନ୍ୟଟି କେସର । ଏହି ଦୁଇ ପ୍ରାକୃତିକ ଜିନିଷ ଆମ ସ୍ୱାସ୍ଥ୍ୟ ସହିତ ତ୍ୱଚା ପାଇଁ ମଧ୍ୟ ବହୁତ ଉପକାରୀ । ତାହେଲେ ଆସନ୍ତୁ ହେଉଛି ଜାଣିବା ଏହା ଶରୀରକୁ କେଉଁ ପ୍ରକାରର ଲାଭ ପହଂଚାଇଥାଏ ।

କେସର ଓ ତୁଳସୀର ପ୍ରକୃତି ହେଉଛି ଗରମ । ସେଥିପାଇଁ ଥଣ୍ଡାଦିନରେ ଏହାର ବ୍ୟବହାର ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଗରମ କ୍ଷୀର ସହିତ ଏହାକୁ ମିଶାଇ ପିଇଲେ ଥଣ୍ଡା ସର୍ଦ୍ଦି ସହିତ ଅନେକ ପ୍ରକାର ରୋଗ ଦୂର ହୋଇଥାଏ ।ତୁଳସୀ ଓ କେସର ତ୍ୱଚାକୁ ନ୍ୟାଚୁରାଲ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ ।

କେସର ରଙ୍ଗକୁ ଗୋରା କରିବା ସହିତ ତ୍ୱଚାରେ ଚମକ ଆଣିଥାଏ ଏବଂ ତୁଳସୀ ତ୍ୱଚା ଭିତର ସଫାକରି ଦାଗ ଇତ୍ୟାଦି ଦୂର କରିବାରେ ସାହାଯ୍ୟ କରିଥାଏ ।ଶରୀରରେ ହେଉଥିବା କମ୍ପନକୁ ସନ୍ତୁଳିତ କରିବା ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ କେସର ଏବଂ ତୁଳସୀର ବ୍ୟବହାର ବହୁତ ଲାଭଦାୟକ ହୋଇଥାଏ ।

ମହିଳାମାନଙ୍କ ଠାରେ ହେଉଥିବା ରୋଗ ପାଇଁ ତୁଳସୀ ଓ କେସର ବହୁତ ଲାଭଦାୟକ ହୋଇଥାଏ କିନ୍ତୁ ଏହାର ମାତ୍ରା ଯେପରି ଶରୀରରେ ସୀମିତ ରହିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ତୁଳସୀ ଓ କେସର ଏକ ବହୁତ ଭଲ ବ୍ଲଡ଼ ପ୍ୟୁରିଫାୟାର। ଏମାନେ ଶାରୀରିକ, ମାନସିକ ଓ ତ୍ୱଚା ସମ୍ବନ୍ଧୀୟ ସମସ୍ୟାକୁ ନାଶ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.