Below header

ପତ୍ନୀଙ୍କ ଅଧିକାର : ପତିଙ୍କ ସମ୍ପତ୍ତି ଉପରେ ଏତିକି ହୋଇଥାଏ ପତ୍ନୀଙ୍କ ଅଧିକାର, ଜାଣନ୍ତୁ ଶ୍ୱଶୁର ଘର ସମ୍ପତ୍ତିରେ କେତେ ?

ନୂଆଦିଲ୍ଲୀ : ପତି-ପତ୍ନୀଙ୍କ ସମ୍ପର୍କ ସମ୍ପତ୍ତି ବା ଅନ୍ୟ ଯେ କୌଣସି ଜିନିଷ ଠାରୁ ବହୁ ଉର୍ଦ୍ଧ୍ୱରେ । ଯେତେବେଳେ ଜଣେ ଝିଅର ବିବାହ ହୋଇଯାଏ ସେତେବେଳେ ପତିଙ୍କ ଘର ହି ଁ ତାଙ୍କ ପାଇଁ ସବୁକିଛି ହୋଇଥାଏ । ହେଲେ ଆପଣ ଜାଣନ୍ତି କି ସେହି ପତିଙ୍କ ଘରେ ପତ୍ନୀଙ୍କ କେତେ ଅଧିକାର ଥାଏ ସମ୍ପତ୍ତି ଉପରେ । ପତିଙ୍କ ସମ୍ପତ୍ତି ଉପରେ କେତେ ଥାଏ ଓ ପତିଙ୍କ ପିତା-ମାତା ବା ଶ୍ୱଶୁର ଘର ସମ୍ପତ୍ତି ଉପରେ କେତେ ଥାଏ ପତ୍ନୀଙ୍କ ଅଧିକାର ଆସନ୍ତୁ ଜାଣିବା । କ’ଣ କହୁଛି ଆଇନ –

ଏହା ଜରୁରୀ ନୁହେଁ ଯେ ପତିଙ୍କ ପାଖରେ ଯାହା ସମ୍ପତ୍ତି ଥାଏ, ପତିଙ୍କ ମୃତ୍ୟୁ ପରେ ତାହା ସବୁ ପତ୍ନୀଙ୍କ ହେବ ବୋଲି । ଶ୍ୱଶୁର ଘର ସମ୍ପତ୍ତି ଉପରେ ଜଣେ ମହିଳାଙ୍କ ସେତିକି ଅଧିକାର ହୋଇଥାଏ,ଯାହା ଶ୍ୱଶୁର ଘର ଲୋକେ ଦେବାକୁ ଚାହିଁବେ । ସେହିପରି ଯଦି ଜଣେ ପତି ତାଙ୍କ ସମ୍ପତ୍ତି କାହା ନାମରେ ପଟ୍ଟା ବା ଦିଲିଲ କରି ନଥାନ୍ତି ବା କାହାକୁ ବିକ୍ରି କରି ନଥାନ୍ତି ।

ତେବେ ପତିଙ୍କ ମୃତ୍ୟୁ ପରେ ଏହି ସମ୍ପତ୍ତିର ସମସ୍ତ ମାଲିକାନା କେବଲ ପତ୍ନୀଙ୍କ ପାଖକୁ ଚାଲିଯାଏ ନାହିଁ । ଏହା କାଟେଗୋରୀ ୧ ଉତ୍ତରାଧିକାରୀ ଆଇନ ଅଧୀନରେ ଆସିଥାଏ । ପତିଙ୍କ ସମ୍ପତ୍ତି ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ ବା ଭାରତୀୟ ଉତ୍ତରାଧିକାରୀ ଅଧିନିୟମ ଅନୁସାରେ ତାଙ୍କ ପାଖରେ ଥାଏ ।

ଉଦାହରଣ ସ୍ୱରୁପ, ଯଦି A ଙ୍କ ମୃତ୍ୟୁ ହୋଇଯାଏ, ସେ କୌଣସି ଓସିୟତ ବା ଦଲିଲ କରି ନଥାନ୍ତି, ତେବେ ତାଙ୍କର ପତ୍ନୀ, ପୁଅ ଓ ଝିଅ ଅଛନ୍ତି । ତେବେ ଏପରି ସ୍ଥିତିରେ ସବୁ ବର୍ଗ ୧ ଆଇନ ଉତ୍ତରାଧିକାରୀ ଅଟନ୍ତି । ତେଣୁ ପତିଙ୍କ ସମ୍ପତ୍ତିକୁ ତାଙ୍କର ସବୁ ବର୍ଗଙ୍କ ମଧ୍ୟରେ ୧ ଉତ୍ତରାଧିକାରୀ ଆଇନ ଅନୁଯାୟୀ ସମାନ ଭାବେ ବଣ୍ଟାଯିବ ।

ଭାରତୀୟ ଆଇନ ଅନୁଯାୟୀ, ବିବାହ ପରେ ଯଦି ପତି-ପତ୍ନୀ ଅଲଗା ହୋଇ ଯାଆନ୍ତି ତେବେ ମହିଳା ହିନ୍ଦୁ ବିବାହ ଅଧିନିୟମ ଧାର ୨୪ ଅନୁଯାୟୀ, ପତିଙ୍କ ଠାରୁ ଭତ୍ତା ଦାବି କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.