ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ କ’ଣ ପାଇଁ ଚର୍ଚ୍ଚାରେ, ଲୋକେ ନ କହି ମଧ୍ୟ କେମିତି ଜାଣୁଛନ୍ତି ସମସ୍ୟା
ମଧ୍ୟପ୍ରଦେଶର ବାଗେଶ୍ୱର ଧାମର ମହନ୍ତ ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସେ ଜଣେ ଭାରତୀୟ କଥାପ୍ରବଚକ। ଆଉ ତାଙ୍କୁ ବାଗେଶ୍ୱର ଧାମ ମହାରାଜା ନାମରେ ବେଶ୍ ପରିଚିତ । ଧୀରେନ୍ଦ୍ର ଶାସ୍ତ୍ରୀ ବାଗେଶ୍ୱର ଧାମରେ ମୁଖ୍ୟ ପୂଜାରୀ ଏବଂ ପୀଠାଧିଶ୍ୱର ଭାବେ ରହୁଛନ୍ତି । ଲୋକଙ୍କ ମନ କଥା ପଢି ତାଙ୍କର ପ୍ରଶ୍ନର ଉତ୍ତର ଦେଇ ଏବେ ଚର୍ଚ୍ଚାରେ ରହିଛନ୍ତି ଧୀରେନ୍ଦ୍ର ଶାସ୍ତ୍ରୀ । ଯାହାକୁ ନେଇ ଏବେ ଅନେକ ଚର୍ଚ୍ଚା ଏବଂ ବିବାଦ ସାମ୍ନାକୁ ଆସିଛି ।
ବାବା ଜଣକ ଲୋକ କହିବା ପୂର୍ବରୁ ସେମାନଙ୍କ ସମସ୍ୟା ଏକ କାଗଜରେ ଲେଖି ଦେଉଛନ୍ତି। ଆଉ ସମସ୍ୟାର ସମାଧାନ ମଧ୍ୟ କହୁଛନ୍ତି। ଆଉ ଏହି କାରଣରୁ ଲୋକେ ତାଙ୍କ ଉପରେ ଅନ୍ଧ ଭାବେ ବିଶ୍ୱାସ କରୁଛନ୍ତି। ଆଉ କିଛି ଲୋକ ତାଙ୍କୁ ମିଛୁଆ ବୋଲି କହୁଛନ୍ତି । ତେବେ ବାବା ଏମିତି ଚତ୍ମକାର କିଭଳି କରୁଛନ୍ତି, ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଖୁଲାସା ହୋଇନାହିଁ । କିନ୍ତୁ ପାକିସ୍ତାନୀ ବାବଙ୍କ ଚତ୍ମକାରିତା ଦେଖି ଆଶ୍ଚର୍ଯ୍ୟ ରହିଛନ୍ତି । ବାବାଙ୍କ ଦରବାରକୁ କିଛି ପାକିସ୍ତାନୀ ମଧ୍ୟ ଆସୁଛନ୍ତି । ପାକରେ ବାବାଙ୍କ ପ୍ରବଚନ ମଧ୍ୟ ଶୁଣିବାକୁ ମିଳୁଛି। ଯାହାକୁ ନେଇ ଚର୍ଚ୍ଚା ଲାଗଛି ।
ବାଗେଶ୍ୱର ଧାମର ବାବା ଜଣକ ନିଜ ପ୍ରବଚନ କାର୍ଯ୍ୟକ୍ରମକୁ ଆସୁଥିବା ଲୋକଙ୍କ ମନ କଥା କହିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ଦାବି କରୁଛନ୍ତି। ଲୋକଙ୍କ ଉପରୁ ଭୂତ ପ୍ରେତ କାଢିବା ପାଇଁ ଦାବି କରୁଛନ୍ତି। ଆଉ ତାଙ୍କର ଏଭଳି ଯୁକ୍ତିକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଚାଲିଛି । ଅନେକ ଲୋକ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି। ଆଉ କେତେକ ଏହାକୁ ଏକ ଟ୍ରିକ୍ ବୋଲି କହୁଛନ୍ତି ।
ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି ଚର୍ଚ୍ଚା ମଧ୍ୟରେ କଂଗ୍ରେସ ତାଙ୍କୁ ଟାର୍ଗଟ କରିଛି । କଂଗ୍ରେସର ନେତା ଗୋବିନ୍ଦ ସିଂ କହିଛନ୍ତି, ଯଦି ବାବା ସମସ୍ତଙ୍କ ସମସ୍ୟା ଜାଣି ସମାଧାନ କରିଦେଉଛନ୍ତି, ତେବେ ମଧ୍ୟପ୍ରଦେଶର ସମସ୍ତ ଲୋକଙ୍କ କରଜ ଦୂର କରିଦିଅନ୍ତୁ । ନିଜକୁ ପ୍ରଚାର କରିବା ଏବଂ ଅର୍ଥ ରୋଜଗାର ପାଇଁ ଧୀରେନ୍ଦ୍ର ଶାସ୍ତ୍ରୀ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ବୋଲି ନେତା କହିଛନ୍ତି ।
ତେବେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ବିଜେପି ସମର୍ଥନ କରୁଛି । ନିକଟରେ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାଶ ବିଜୟବର୍ଗୀୟ କହିଥିଲେ, ହିନ୍ଦୁ ମହନ୍ତଙ୍କ ଉପରେ ଲାଗିଥିବା ସବୁ ଅଭିଯୋଗ ମିଥ୍ୟା ।