Below header

କୋଲକାତା ପୌର ନିର୍ବାଚନ, ୧୪୪ଟି ଆସନରୁ ଏକାକୀ ୧୩୪ଟି ପୋଛିନେଲା ଟିଏମ୍ସି

କୋଲକାତା : ଟିଏମ୍ସିର କୋଲକାତା ବିଜୟ । କୋଲକାତା ମହାନଗର ନିର୍ବାଚନକୁ ପୋଛିନେଲା ଟିଏମ୍ସି । ପୁଣି ଦିଦିଙ୍କ ବାଜିମାତ୍ । ୧୪୪ ଆସନରୁ ୧୩୪ ଆସନ ପୋଛି ନେଇଛି ତୃଣମୂଳ କଂଗ୍ରେସ । ବାମଦଳ ୨ଟି, କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛନ୍ତି । ବିଜେପି ଗୋଟିକରେ ବିଜୟୀ ହୋଇଥିବା ବେଳେ ୩ଟି ଆସନରେ ଆଗୁଆ ରହିଛି।

ବିପୁଳ ବିଜୟ ପାଇଁ କୋଲକାତାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ । ବିଜୟକୁ ରାଜ୍ୟବାସୀ ଓ ମା, ମାଟି, ମାନୁଷ୍କୁ ଉତ୍ସର୍ଗ କରିଛନ୍ତି । ଦିଦି କହିଛନ୍ତି ସବୁ ଜାତୀୟ ରାଜନୈତିକ ଦଳ ପରାସ୍ତ ହୋଇଛନ୍ତି । କୋଲକାତା ମହାନଗର ନିଗମ ନିର୍ବାଚନ ଆଗକୁ ଜାତୀୟ ରାଜନୀତି ପାଇଁ ପଥ ପ୍ରଦର୍ଶକ ହେବ ।

ଅନ୍ୟପଟେ ନିର୍ବାଚନରେ ବ୍ୟାପକ ଅନିୟମିତତା ଅଭିଯୋଗ କରିଛି ବିଜେପି । ସ୍ୱଛ ଓ ନିରପେକ୍ଷ ନିର୍ବାଚନ ହୋଇ ନଥିଲା । ତେଣୁ ଏଭଳି ଫଳାଫଳ ଆଶା କରାଯାଉଥିଲା ବୋଲି କହିଛି ବିଜେପି । ଉଭୟ ଟିଏମ୍ସି ଓ ବିଜେପି ୧୪୪ ଆସନରେ ପ୍ରାର୍ଥୀ ଦେଇଥିଲେ । ୨୦୧୫ କୋଲକାତା ମହାନଗର ନିର୍ବାଚନରେ ଟିଏମ୍ସି ୧୧୪ ଆସନରେ ବିଜୟୀ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.