ଛାତ୍ରଙ୍କୁ ନିଜର ନଗ୍ନ ଫଟୋ ପଠାଇ ଚାକିରି ହରାଇଲେ ଶିକ୍ଷୟିତ୍ରୀ

ନ୍ୟୁୟର୍କ : ଛାତ୍ରଙ୍କୁ ନିଜର ନଗ୍ନ ଫଟୋ ପଠାଇ ଏବେ ଅଡୁଆରେ ପଡ଼ିଛନ୍ତି ଜଣେ ଶିକ୍ଷୟିତ୍ରୀ । ତାଙ୍କୁ ସ୍କୁଲରୁ ସସପେଣ୍ଡ ହେବାକୁ ପଡ଼ିଛି । ତାଙ୍କ ନାଁରେ ପୋଲିସ୍‌ ମାମଲା ରୁଜୁ କରିଛି । ଘଟଣା ଘଟିଛି କାଓ୍ଵା ଅଞ୍ଚଳରେ । ଏଠାକାର ଏକ ସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଭାବେ କାମ କରନ୍ତି ବିୟରସେ । ଯେକି ୨୦୧୪ରେ ମିସ୍‌ ଆମେରିକା ପ୍ରତିଯୋଗିତାର ପ୍ରାରମ୍ଭିକ ରାଉଣ୍ଡରେ ଭାଗ ନେଇଥିଲେ । ବିୟରସେ ତାଙ୍କର ଜଣେ ୧୫ ବର୍ଷ ବୟସ୍କ ଛାତ୍ରଙ୍କୁ ସ୍ନାପ୍‌ଚାଟ୍‌ ଜରିଆରେ ନିଜର ନଗ୍ନ ଫଟୋ ପଠାଇଥିଲେ । ଏକଥା ଜାଣିବା ପରେ ଛାତ୍ରଙ୍କ ମା ବାପା ସ୍କୁଲରେ ଅଭିଯୋଗ କରିଥିଲେ । ଘଟଣାକୁ ମାନିବା ଛଡ଼ା ବିୟରସେଙ୍କ ପାଖରେ ଆଉ କିଛି ବାଟ ନଥିଲା । ଏହା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେ ପୋଲିସ୍‌ ଦ୍ୱାରା ଗିରଫ ହେବା ପରେ ଜାମିନରେ ଆସିଛନ୍ତି । ଯଦି ଦୋଷ ବାବଦରେ ସଠିକ୍‌ ପ୍ରମାଣ ମିଳେ ତେବେ ଏହି ଶିକ୍ଷୟିତ୍ରୀଙ୍କୁ ଅତି ବେଶିରେ ୨୦ ବର୍ଷ ଯାଏ ଜେଲ୍‌ ଦଣ୍ଡ ଓ ୧ ଲକ୍ଷ ଡଲାର ଅର୍ଥଦଣ୍ଡ ହୋଇପାରେ । ଛାତ୍ରଟି ଜଣେ ନାବାଳକ ହୋଇଥିବାରୁ ବିୟରସେଙ୍କ କାରନାମାକୁ ଅପରାଧ ବୋଲି ଧରାଯାଇଛି ।

Leave A Reply

Your email address will not be published.