ସାତ ବର୍ଷର ପିଲା ହେଲେ ବାର୍ଷିକ ଆୟ ୧୫୪ କୋଟି ! ! ଜାଣନ୍ତୁ ରୋଜଗାର କରିବାର ବାଟ

ବୟସ ମାତ୍ର ସାତ ବର୍ଷ । ଏହି ବୟସର ପିଲା କେତେ ରୋଜଗାର କରିପାରିବ ? ଆପଣ କହିବେ ଏତେ ଅଳ୍ପ ବୟସରେ ପିଲା କାମ କରନ୍ତି କି ? ଖେଳକୁଦ ବୟସରେ କଣ ରୋଜଗାର କରିବ । କିନ୍ତୁ ଗୋଟିଏ ପିଲା ଅଛି ଯିଏ ଏହି ବୟସରେ ୟୁଟ୍ୟବରୁ ୧୫୪ କୋଟି ଆୟ କରିଛି । କଣ ଚମକି ପଡିଲେ ନା ? ଏବେ ଯେତେବେଳେ ଜାଣିବେ ଏତେ ଟଙ୍କା ପ୍ରକୃତରେ କେମିତି ଆୟ କରୁଛି ତେବେ ଆପଣଙ୍କୁ ଆହୁରୀ ଆଶ୍ଚର୍ଯ୍ଯ ଲାଗିବ ।

ଏହି ନା କୌଣସି ଫିଲ୍ମ ଷ୍ଟାର୍, ନାକୌଣସି ସେଲିବ୍ରିଟି ନାହିଁ କୌଣସି ବ୍ୟବସାୟୀ । ରେୟାନ୍ କେବଳ ପିଲାଙ୍କ ଖେଳନାକୁ ରିଭ୍ୟୁ କରେ । ଆଉ ତା ବଦଳରେ ୟୁଟ୍ୟୁବରୁ ଏକ ବର୍ଷରେ ୨୨ ମିଲିୟନ୍ ଡଲାର୍ ଆୟ କରିଥାଏ । ରେୟାନର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ ନାଁ ହେଉଛି Ryan Toys Review । ଆଉ ଏହାର ସବସ୍କ୍ରାଇବର୍ ସଂଖ୍ୟା ହେଉଛି ୧୭୩୮୦୭୪ ।

ryanସୂଚନା ମୂତବକ, Ryan Toys Review ଚ୍ୟାନେଲ୍ ୧ ଜୁନ୍ ୨୦୧୭ରୁ ୧ ଜୁନ୍ ୨୦୧୮ ମଧ୍ୟରେ ପ୍ରାୟ ୨୨ ମିଲିୟନ୍ ଡଲାର୍ ଅର୍ଥାତ୍ ୧,୫୪,୮୯,୧୦,୦୦୦ ଟଙ୍କା ଆୟ କରିଛନ୍ତି । ୟୁଟ୍ୟୁବ୍ ଷ୍ଟାର୍ସ ଯିଏ ସବୁଠାର ଅଧିକ ରୋଜଗାର କରିଥାନ୍ତି ସେମାନଙ୍କ ତାଲିକାରେ ଟପରେ ଅଛନ୍ତି ରେୟାନ୍ । ଗତ ବର୍ଷ ଏହି ଚ୍ୟାନେଲର ଆୟ ଥିଲା ୭୭,୪୪,୦୫,୫୦୦ ଟଙ୍କା ।

ମାତ୍ର ୪ ବର୍ଷ ବୟସରେ ମାତା ପିତାଙ୍କ ପ୍ରେରଣାରେ ନିଜର ଚ୍ୟାନେଲ୍ ଆରମ୍ଭ କରିଥିଲା ରେୟାନ୍ । ଏବେ ଅନେକ ଅଭିଭାବକ ଏହି ଚ୍ୟାନେଲକୁ ପସନ୍ଦ କରୁଛନ୍ତି । ଏବଂ କିପରି ଖେଳନା ନିଜ ପିଲାଙ୍କ ପାଇଁ ଆଣିବେ ଏହି ଚ୍ୟାନେଲରୁ ସଜାଗ ହେଉଛନ୍ତି । ଖେଳନା କିଣିବା ପୂର୍ବରୁ ରେୟାନର ଭ୍ୟୁଜ୍ ଦେଖି ନିଷ୍ପତ୍ତି ନେଇଥାନ୍ତି ଅଭିଭାବକ । କେବଳ ଖେଳନା ରିଭ୍ୟୁ ନୁହେଁ ନୂଆ ନୂଆ ରୋଚକ ଜିନିଷ ପ୍ରସ୍ତୁତ କରିବା ଏହି ଚ୍ୟାନେଲ୍ ମାଧ୍ୟମରେ ବତାଇଥାଏ ରେୟାନ୍ ।

Leave A Reply

Your email address will not be published.