Below header

ମାଲେସିଆକୁ ୫-୩ ଗୋଲ୍‌ରେ ହରାଇଲା ଜର୍ମାନୀ

ଭୁବନେଶ୍ୱର (କେନ୍ୟୁଜ୍‌) : ମାଲେସିଆକୁ ୫-୩ ଗୋଲ୍‌ରେ ହରାଇ ପୁଲ୍‌ ‘ଡି’ରୁ ଜର୍ମାନୀ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି । ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ଟିମ୍‌ ହେର୍ଜବ୍ରକ୍‌ ଏବଂ କ୍ରିଷ୍ଟୋଫର ରୁର ୨ଟି ଲେଖାଏଁ, ମାର୍କୋ ମିଲକାଉ ଗୋଟିଏ ଗୋଲ୍‌ ସ୍କୋର କରିଥିଲେ । ମାଲେସିୟା ତରଫରୁ ଗୋଲ୍‌ କରିଥିଲେ ରୈଜି ରହିମ (୨ଟି) ଏବଂ ନେବିଲ ନୁର୍‌ ।

GERMANY-2ପୁଲ୍‌ରେ ଜର୍ମାନୀ ତାର ୩ଟି ଯାକ ମ୍ୟାଚ୍‌ ଜିତି ୯ ପଏଣ୍ଟ ସହ ସିଧାସଳଖ ବାର୍ଟରଫାଇନାଲ୍‌କୁ ଯାଇଛି । ପରବର୍ତ୍ତୀ ମ୍ୟାଚ୍‌ ନେଦରଲାଣ୍ଡସ ଓ ପାକିସ୍ତାନ ମଧ୍ୟରେ ହେବ । ନେଦରଲାଣ୍ଡସ ୨ଟି ମ୍ୟାଚ୍‌ରୁ ୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଉଭୟ ପାକିସ୍ତାନ ଓ ମାଲେସିଆ ୧ ପଏଣ୍ଟ ଲେଖାଏଁରେ ଅଛନ୍ତି । ବର୍ତ୍ତମାନର ମ୍ୟାଚ୍‌କୁ ଯଦି ଡ୍ର ରଖେ କିମ୍ବା ହାରି ବି ଯାଏ ତେବେ ପାକିସ୍ତାନ କ୍ରସଓଭର ରାଉଣ୍ଡକୁ ଯାଇ ପାରିବ । କାରଣ ମାଲେସିଆ ଦଳ ଜର୍ମାନୀ ଠାରୁ ହାରି ସାରିଛି ଏବଂ ତା ଠାରୁ ପାକିସ୍ତାନର ଗୋଲ୍‌ ବ୍ୟବଧାନ ଭଲ ଅଛି ।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.