ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର, ଉତ୍ତମ ଚିକିତ୍ସା ପାଇଁ ଆଜି ଏୟାର ଆମ୍ବୁଲାନ୍ସରେ ନିଆଯିବ ଦିଲ୍ଲୀ ଏମ୍‌ସ

ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ପାଟନାର ପାରସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ତାଙ୍କୁ ଦିଲ୍ଲୀ ଅଣାଯିବ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଏଣୁ ତାଙ୍କୁ ଦିଲ୍ଲୀ ଏମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯିବ। ସୂଚନାଯୋଗ୍ୟ ଯେ ସିଡ଼ିରୁ ଖସିବା ପରେ ଲାଲୁ ଯାଦବଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିଲା। ତା’ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ପାହାନ୍ତିଆରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରେ ଲାଗିଥିଲା। ଏଣୁ ତାଙ୍କୁ ପାରସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଇସିୟୁରେ ଥିଲେ।

ଡାକ୍ତରମାନେ ଲାଲୁଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କହିଥିଲେ, ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ନାହିଁ। ଏବେ ଶରୀରର ଅବସ୍ଥା ଉଦ୍‌ବେଗଜନକ ରହିଛି। ମଙ୍ଗଳବାର ତାଙ୍କ ଅବସ୍ଥା ଟିକେ ଭଲ ଥିଲା। ଡାକ୍ତରଙ୍କୁ ଭୟ ଅଛି ଯେ କାଳେ ଲାଲୁଙ୍କର ମଲ୍ଟି ଅର୍ଗାନ୍‌ ଫେଲ୍ୟୁୟର ଦେଖା ଦେବ। ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ସୁଧାର ଆସିବା ପରେ ତାଙ୍କୁ ଆଇସିୟୁରୁ ବାହାରକୁ ଅଣାଯାଇଥିଲା। କିନ୍ତୁ କିଛି ସମୟ ପରେ ପୁଣିଥରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହା ପରେ ପୁଣିଥରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପୂରା ଟିମ୍‌ ଏବେ ଲାଲୁଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

ପ୍ରକାଶ ଯେ ଲାଲୁ ଯାଦବ ଏବେ ବିଭିନ୍ନ ପ୍ରକାରର ରୋଗ ଦେଇ ଗତି କରୁଛନ୍ତି। ଏଣୁ ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କର ଉତ୍ତମ ଚିକିତ୍ସା ପାଇଁ ଆଜି ତାଙ୍କୁ ଦିଲ୍ଲୀ ଏମ୍ସ ନିଆଯାଉଛି।

Also Read: କୁନି ପିଲାର ରୟାଲ ଲାଇଫ୍‌ଷ୍ଟାଇଲ: ଗାଧାଏ କ୍ଷୀର ମହୁରେ, ଖେଳେ ସୁନା ଖେଳନାରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.