Below header

ସ୍ପେନ ଲା ପାଲମାର କାନାରି ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ, ପବନରେ ଉଡିବାକୁ ଲାଗିଛି ନାଲି ଲାଭା

ସ୍ପେନ ଲା ପାଲମାର କାନାରି ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗିରଣ । ପବନରେ ଉଡିବାକୁ ଲାଗିଛି ନାଲି ଲାଭା । ନଦୀ ଦେଇ ୨ଟି ଗାଁ ଆଡକୁ ମୁହାଁଉଛି ଲାଭା । ଭୟରେ ଲୋକମାନେ ଘର ଛାଡୁଛନ୍ତି। ପାଖରେ ଥିବା ଜାତୀୟ ଉଦ୍ୟାନରୁ ପଶୁ ମାନଙ୍କୁ ବାହାର କରାଯାଇଛି । ୪ଟି ଗାଁକୁ ତୁରନ୍ତ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅନ୍ୟପଟେ ସ୍ପେନ ପ୍ରଧାନମନ୍ତ୍ରୀ ତାଙ୍କ ବିଦେଶ ଗସ୍ତକୁ ବାତିଲ କରିଛନ୍ତି । ପୂର୍ବରୁ ବୈଜ୍ଞାନିକ ଭୂମିକମ୍ପ ଓ ଆଗ୍ନେୟଗିରି ଉଦଗିରଣ ନେଇ ସର୍ତକ ସୂଚନା ଦେଇଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଏପରି ଉଦଗିରଣ ହେବାର ନାହିଁ ବୋଲି କୁହାଯାଇଥିଲା। ତେବେ ୧୯୭୧ ମସିହାରେ ଶେଷଥର ପାଇଁ ଏଭଳି ଜାଳ୍ଵାମୁଖୀ ବିସ୍ଫୋରଣ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.