୧୯ ଘଣ୍ଟା ପରେ ପଞ୍ଚସଖା ନଗର ନିକଟ ନାଳରୁ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ

ଭୁବନେଶ୍ବର(କେନ୍ଯୁଜ୍):୧୯ ଘଣ୍ଟା ପରେ ମିଳିଲା ନିଖୋଜ ଜ୍ୟୋତିପ୍ରକାଶଙ୍କ ମୃତଦେହ। ରାତି ସାରା ଖୋଜାଖୋଜି ପରେ ଭୁବନେଶ୍ୱର ପଞ୍ଚଶାଖା ନଗର ନିକଟ ନାଳରୁ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଜ୍ୟୋତିପ୍ରକାଶ ଓରଫ ରାଜାଙ୍କୁ ଖୋଜିବା ପାଇଁ ଗତକାଲିଠୁ ଜାରି ରହିଥିଲା ଉଦ୍ୟମ । ଅଗ୍ନିଶମ ବାହିନୀର ୩୫ ଜଣ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।

ଗତକାଲି ଅପରାହ୍ନରେ ଭୁବନେଶ୍ୱର ଶତାଦ୍ଦୀ ନଗର ନିକଟ ରାସ୍ତାକଡ଼ ଡ୍ରେନରେ ଭାସିଯାଇଥିଲେ ଛାତ୍ର । ଟିଉସନ ଯାଉଥିବାବେଳେ ଗୋଡ ଖସି ଯିବାରୁ ମୁକୁଳା ପଡିଥିବା ଡ୍ରେନ୍‌ ଭିତରେ ପଡି ପାଣିର ପ୍ରବଳ ସୁଅରେ ଭାସି ଯାଇଥିଲେ ଦଶମ ଶ୍ରେଣୀ ଛାତ୍ର । ଭୁବନେଶ୍ୱର ଶତାବ୍ଦୀ ନଗର ବ୍ୟାଙ୍କ କଲୋନୀ ନିକଟରେ ଏହି ଅଘଟଣ ଘଟିଥିଲା । ଏହାପରେ ଆଖପାଖ ଅଂଚଳରେ ଥିବା ନାଳ ଓ ପଡିଆରେ ଖୋଜିଥିଲେ ବି ତାଙ୍କର ସନ୍ଧାନ ମିଳିନଥିଲା।

ଆଜି ସକାଳୁ ITER ପଛପଟ ନାଳରୁ ରେସକ୍ୟୁ ଅପରେସନ୍‌ ଆରମ୍ଭ ହୋଇଥିଲା। ଏପଟେ କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ । ମୃତଦେହକୁ ବ୍ୟବଛେଦ ପାଇଁ ପ୍ରଥମେ କ୍ୟାପିଟାଲ୍‌ ହସ୍‌ପିଟାଲ ଓ ପରେ ଏମ୍‌ସକୁ ନିଆଯାଇଛି। ପରିବାର ଲୋକେ ହସ୍‌ପିଟାଲରେ ପହଞ୍ଚି ମୃତଦେହ ଚିହ୍ନଟ କରିଛନ୍ତି। ରାଜ୍ୟ ସରକାରଙ୍କ ରିଲିପ୍‌ କୋଡ୍‌ ଅନୁଯାୟୀ ମୃତ ଜ୍ୟୋତିପ୍ରକାଶ ବେହେରାଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.