ଝିଅମାନଙ୍କ ଉଚ୍ଚ ଶିକ୍ଷା ପାଇଁ ସ୍କଲାରସିପ୍‌ ଘୋଷଣା, ମାସିକ ମିଳିବ ୧ ଲକ୍ଷ ଟଙ୍କା

ମେଧାବୀ ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆରମ୍ଭ ହୋଇଛି ଲେଗ୍‌ରାଣ୍ଡ ଏମ୍‌ପାଓ୍ଵାରମେଣ୍ଟ ସ୍କଲାରସିପ୍‌ ପ୍ରୋଗ୍ରାମ୍‌ ୨୦୨୨-୨୩। ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଇଚ୍ଛୁକ ମେଧାବୀ ଛାତ୍ରୀ ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିପାରିବେ। ଇଞ୍ଜିନିୟରିଂ, ଆର୍କିଟେକ୍‌ଚର, ଫାଇନାନ୍ସ ଓ ସାଇନ୍ସ ବିଷୟରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରୀଙ୍କ ପାଇଁ ଏହି ସ୍କଲାରସିପ୍‌ ଉଦ୍ଦିଷ୍ଟ।

ଏହି ସ୍କଲାରସିପ୍‌ରେ ମେଧାବୀ ଛାତ୍ରୀଙ୍କୁ ବାର୍ଷିକ କୋର୍ସ ଫି’ର ୬୦ ପ୍ରତିଶତ ବା ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏଥିସହ ସ୍ପେଶାଲ କାଟାଗୋରୀ (ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗ, ଜଣେ ଅଭିଭାବକ ଥିବା ଛାତ୍ରୀ ଓ କୋଭିଡ୍‌ ଯୋଗୁ ବାପା-ମା’ଙ୍କୁ ହରାଇଥିବା ଛାତ୍ରୀ) ବିଦ୍ୟାର୍ଥୀଙ୍କୁ ବାର୍ଷିକ ୮୦ ପ୍ରତିଶତ ବା ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରାଶି ଦିଆଯିବ।

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ଛାତ୍ରୀ ଭାରତର ହୋଇଥିବା ଆବଶ୍ୟକ। ଛାତ୍ରୀ ବିଟେକ୍‌, ବିଇ, ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ। ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କ ରଖିବା ଜରୁରୀ। ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି। ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ। ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨। ଛାତ୍ରୀମାନେ କେବଳ ଅନ୍‌ଲାଇନ୍‌ରେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ।

Also Read: ବଟନ୍ ନ ଦେଇ କ୍ରପ୍ ଟପ୍ ପିନ୍ଧି ଟ୍ରୋଲ ହେଲେ ଦିଶା ପାଟନୀ, ଲୋକେ କହିଲେ- ଦ୍ଵିତୀୟ ଉର୍ଫି ଜାଭେଦ

ଯୋଗ୍ୟତା:

  • ଛାତ୍ରୀ ଭାରତୀୟ ହୋଇଥିବା ଆବଶ୍ୟକ।
  • ସେ ବି.ଆର୍କ, ବିବିଏ, ବି.କମ୍‌, ବିଏସ୍‌ସି ଗଣିତ ଓ ବିଜ୍ଞାନ ପଢ଼ିବା ପାଇଁ ଆବେଦନ କରିଥିବା ଆବଶ୍ୟକ।
  • ପ୍ରାର୍ଥୀ ୨୦୨୧-୨୨ ମସିହାରେ ୭୦ ପ୍ରତିଶତ ମାର୍କ ସହ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ଆବଶ୍ୟକ। ଏଥିସହ ଦଶମ ପରୀକ୍ଷାରେ ମଧ୍ୟ ୭୦ ପ୍ରତିଶତ ମାର୍କର୍ ରଖିବା ଜରୁରୀ।
  • ସେହିପରି ଦିବ୍ୟାଙ୍ଗ ଛାତ୍ରୀ ଓ ତୃତୀୟ ଲିଙ୍ଗଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେଉଛି।
  • ସ୍କଲାରସିପ୍‌ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ପରିବାରର ବାର୍ଷିକ ଆୟ ୫,୦୦,୦୦୦ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ।

ଜରୁରୀ ତାରିଖ:

ଏହି ସ୍କଲାରସିପ୍‌ ପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୩୧ ଅଗଷ୍ଟ ୨୦୨୨

କେମିତି କରିବେ ଆବେଦନ:

ଅନ୍‌ଲାଇନ୍‌ରେ

ଅଧିକ ସୂଚନା ପାଇଁ ଅଫିସିଆଲ ୱେବ୍‌ସାଇଟ୍‌ https://www.buddy4study.com/page/legrand-scholarshipକୁ ଯାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.