ସଫାରୀରେ ପର୍ଯ୍ୟଟକଙ୍କ ସହ ସିଂହ କଲା ଏମିତି କାମ, ଭାଇରାଲ ହେଉଛି ଭିଡିଓ

ହିଂସ୍ରଜନ୍ତୁଙ୍କ ସହ ମନୁଷ୍ୟ ମୁହାଁମୁହିଁ ହେବା ଘଟଣା ଆମେ ବହୁତ ଥର ଦେଖିଛେ। ଏଭଳି ଘଟଣା ପ୍ରାୟତଃ ସଫାରୀରେ ଘଟିଥାଏ। ଯେଉଁଥିରେ ପର୍ଯ୍ୟଟକ ମୃତାହତ ମଧ୍ୟ ହୋଇଥାନ୍ତି। ବର୍ତ୍ତମାନ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ କେଶରୀ ସିଂହ ଏକ ପର୍ଯ୍ୟଟକ ଗାଡ଼ିକୁ ଗୋଡ଼ାଉଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ଭିଡିଓ:
କର୍ଣ୍ଣାଟକର ବେଲ୍ଲାରୀସ୍ଥିତ ଅଟଳ ବିହାରୀ ବାଜପେୟୀ ପ୍ରାଣୀ ଉଦ୍ୟାନରେ ଏହି ଭିଡିଓଟି ସୁଟିଂ କରାଯାଇଛି। ଭିଡିଓରେ ଏକ ପର୍ଯ୍ୟଟକ ଜିପ୍ ପଛରେ ସିଂହଟି ଗୋଡ଼ାଉଥିବା ଦେଖିବାକୁ ମିଳିଛି। ତେବେ ଗାଡ଼ିଟି ଦ୍ରୁତ ବେଗରେ ପଳାଇବାରୁ ସିଂହଟି କାହାର କିଛି କ୍ଷତି କରିପାରିନାହିଁ। ସଫାରୀ ଗାଡ଼ିରେ ବସିଥିବା ଜଣେ ବ୍ୟକ୍ତି ଏହି ଦୃଶ୍ୟକୁ ସୁଟିଂ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି। ତେବେ ଏହି ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।