ପ୍ଲାଟଫର୍ମର ଠିଆ ହୋଇଥିବା ବେଳେ ଟିଟିଇଙ୍କ ଉପରେ ଛିଡିପଡିଲା କରେଣ୍ଟ ତାର, ଜଳିଗଲେ ଟିଟିଇ: ଦେଖନ୍ତୁ ଭିଡିଓ

ଷ୍ଟେସନରେ ଛିଡା ହୋଇଥିଲେ ଟିଟିଇ। ହଠାତ୍ ମୁଣ୍ଡ ଉପରେ ଛିଡିପଡିଲା ହାଇଭୋଲେଟେଜ କରେଣ୍ଟ ତାର। ଆଉ ଗୁରୁତର ଭାବେ ଆହତ ହୋଇଛନ୍ତି ଟିଟିଇ ।ବିଜୁଳି ତାର ସିଧା ଯାଇ ଟିଟିଇଙ୍କ ଉପରେ ପଡିଥିଲା। ଏହା ପରେ ଟିଟିଇ ଜଣକ ଟ୍ରେନ ଟ୍ରାକ୍ ଉପରେ ପଡିଯାଇଥିଲେ ।
ଖବର ମୁତାବକ, ପଶ୍ଚିମ ମେଦିନୀପୁରର ଖଡଗପୁର ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଏହି ପ୍ଲାଟଫର୍ମରେ ସୁଜାନ ସିଂର୍ଦ୍ଦାର ନାମକ ଜଣେ ଟିଟିଇ ଅନ୍ୟ ଜଣେ ସହକର୍ମୀଙ୍କ ସହିତ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ କରେଣ୍ଟ ତାର ତାଙ୍କ ଉପରେ ଛିଡିପଡଇଥିଲା। ଆଉ ତାର ଯାଇ ସିଧାସଳଖ ତାଙ୍କ ଦେହରେ ବାଜିଥିଲା। କରେଣ୍ଟ ତାର ବାଜିବା ପରେ ତାଙ୍କୁ କରେଣ୍ଟ ଜୋରରେ ଲାଗିଥିଲା। ଆଉ ସେ ହଠାତ୍ ଟ୍ରେନ ଟ୍ରାକକୁ ଗଳିପଡିଥିଲେ ।
A freak accident – a long piece of loose cable, taken by a bird somehow came in contact with the OHE wire and the other end came down and touched a TTE’s head. He suffered burn injuries but is out of danger and under treatment – at Kharagpur station yesterday afternoon! #Accident pic.twitter.com/ObEbzd1cOF
— Ananth Rupanagudi (@Ananth_IRAS) December 8, 2022
ଏହାପରେ ତାଙ୍କୁ ଏଠାରୁ ତୁରନ୍ତ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଟିଟିଇ ଜଣକ ଘଟଣାରେ ସଂପୂର୍ଣ୍ଣ ଭାବେ ଜଳିଯାଇଛନ୍ତି। ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ । ତେବେ ଷ୍ଟେସନରେ ଘଟିଥିବା ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି ।