Below header

ଉପାନ୍ତ ଓ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ନେଇ ଲୋକସଭାରେ ପ୍ରଶ୍ନ ପଚାରିଲେ କନ୍ଧମାଳ ସାଂସଦ

କେନ୍ୟୁଜ୍: ଦେଶରେ ବିଶେଷ କରି ଓଡ଼ିଶାର ଉପାନ୍ତ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୃଷ୍ଟି ପାଇଁ କଣ ପଦକ୍ଷେପ ନିଆଯାଇଛି। ଉପାନ୍ତ ଓ ଆଦିବାସୀ ବହୁଳ ଅଂଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି। ଲୋକସଭାରେ ଏହି ଅଣତାରକା ପ୍ରଶ୍ନ ପଚାରିଥିଲେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡ.ଭାରତୀ ପ୍ରବୀଣ ପୱାର କହିଥିଲେ, ପିଏମ୍‌ ଆୟୁଷ୍ମାନ ଭାରତ ହେଲ୍‌ଥ ଇନ୍‌ଫ୍ରାଷ୍ଟ୍ରକଚ୍‌ର ମିଶନ PM-ABHIMରେ ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨୫୧ କୋଟି ଲେଖାଏ ଓଡ଼ିଶାକୁ ଅନୁଦାନ ଦିଆଯାଇଛି। ୨୦୨୧-୨୨ ଓ ୨୦୨୨-୨୩ ବର୍ଷ ପାଇଁ ୬୦୪ଟି ସବ୍‌ହେଲଥ ସେଣ୍ଟର, ୩୫ଟି ବ୍ଲକ ପବ୍ଲିକ ହେଲ୍‌ଥ ୟୁନିଟ୍‌, ୯ଟି ଇଣ୍ଟିଗ୍ରେଟେଡ୍‌ ପବ୍ଲିକ ହେଲ୍‌ଥ ଲ୍ୟାବ୍‌, ୯ କ୍ରିଟିକାଲ କେୟାର ବ୍ଲକ ପ୍ରତିଷ୍ଠା ଲାଗି ଅର୍ଥ ଦିଆଯାଇଛି।

ପଞ୍ଚଦଶ ଅର୍ଥ କମିଶନ ୨୦୨୧-୨୨ର ୨୦୨୫-୨୬ ମଧ୍ୟରେ ଓଡ଼ିଶାକୁ ୨ହଜାର ୪୫୪ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ସରକାରୀ ମେଡିକାଲ କଲେଜ୍‌କୁ ଅପଗ୍ରେଡ କରାଯାଉଛି। ଏଥିରେ ଏମ୍‌କେସିଜି ମେଡିକାଲ କଲେଜ ଓ ଭିଏସଏସ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ ପାଇଁ ଅନୁମୋଦନ ଦିଆ ସରିଛି।

ଓଡ଼ିଶାର ୩ ଆଦିବାସୀ ବହୁଳ ଜିଲ୍ଲା ମୟୂରଭଞ୍ଜ, କଳହାଣ୍ଡି ଓ କୋରାପୁଟରେ ମେଡିକାଲ କଲେଜ ପାଇଁ ଅନୁମୋଦନ ଦିଆ ଯାଇଛି। ସେହିପରି ୩ ଆକାଂକ୍ଷୀ ଜିଲ୍ଲା ବଲାଙ୍ଗିର, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ପାଇଁ କେନ୍ଦ୍ରୀୟ ଯୋଜନାରେ ଅନୁମୋଦନ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.