ରାସ୍ତାରେ ସିଂହ ବୁଲୁଥିବା ଦେଖି ଧରିବାକୁ ପହଞ୍ଚିଲା ପୋଲିସ, କିନ୍ତୁ ତାହା ପ୍ରକୃତରେ ଥିଲା ଏକ …

ସାଧାରଣତଃ ରାସ୍ତାରେ ଗାଈଗୋରୁ ବୁଲିବା ଆମେ ସମସ୍ତେ ଦେଖିଛେ। କିନ୍ତୁ ରାସ୍ତାରେ ଏମାନଙ୍କ ବଦଳରେ ଯଦି ହିଂସ୍ରଜନ୍ତୁ ସିଂହ ବୁଲେ! ଶୁଣିବାକୁ ଡର ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଘଟିଛି ସ୍ପେନ୍‌ରେ। ଏଠାରେ ଏକ ସିଂହ ରାସ୍ତାରେ ବୁଲୁଥିବା ଦେଖାଯାଇଛି। ସିଂହକୁ ରାସ୍ତାରେ ଇତଃସ୍ତତଃ ଭାବେ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହି ଖବର ଶୁଣିବା ପରେ ପୋଲିସ ମଧ୍ୟ ଭୟଭୀତ ହୋଇପଡ଼ିଥିଲା।

ପୋଲିସର ଏକ ଟିମ୍‌ ସିଂହ ଧରାଳୀଙ୍କୁ ଧରି ସିଂହକୁ ଧରିବା ପାଇଁ ଆସିଥିଲେ। କିନ୍ତୁ ପ୍ରକୃତ ସତ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ପ୍ରକୃତରେ ଜୀବଟି ସିଂହ ନଥିଲା ଥିଲା ଏକ କୁକୁର। କୁକୁରର ଅଧାଲୋମ କାଟି ଦେଇ କେହି ଏହାକୁ ସିଂହର ରୂପ ଦେଇଥିଲା। ଯେମିତି କି କେହି ଦେଖିଲେ ହଠାତ୍‌ ଜାଣି ନପାରି ଭୟ କରିବ।


ବର୍ତ୍ତମାନ ସୋସିଆଲ ମିଡିଆରେ ଏହି କୁକୁରର ଫଟୋ ଖୁବ୍‌ ଭାଇରାଲ ହେଉଛି। ଲୋକେ କୁକୁରର ସିଂହ ଅବତାର ଦେଖି ହସି ହସି ଗଡ଼ୁଥିବା ଦେଖାଯାଇଛି। ତେବେ ପୋଲିସ କୁକୁରକୁ ଧରି ତା’ ମାଲିକର ଜିମା ଦେଇଛି। କିନ୍ତୁ କୁକୁରକୁ ଏଭଳି ସିଂହ ଭଳି କରିବାର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.