ଲକ୍‌ଡାଉନ୍‌ରେ ଏହି ବ୍ୟକ୍ତି ବିନା ଜିମ୍‌ ଯାଇ କମାଇଲେ ନିଜର ୪୧ କିଲୋ ଓଜନ, ଜାଣନ୍ତୁ କ’ଣ ଥିଲା ତାଙ୍କର ଡେଲି ରୁଟିନ୍‌

କରୋନା ଲକ୍‌ଡାଉନ୍‌ କାହାର ଘର ଉଜାଡି ଦେଇଛି ତ କାହାପାଇଁ ହୋଇଛି ଆଶିର୍ବାଦ । ଏହି ସମୟରେ ଜଣେ ବ୍ୟକ୍ତି ଲକ୍‌ଡାଉନ୍‌ର ଭରପୁର ଫାଇଦା ଉଠାଇଛନ୍ତି । ସେ ନିଜ ଓଜନରୁ ୪୧ କିଲୋ ହ୍ରାସ କରିପାରିଛନ୍ତି କେବଳ ଏହି ଲକ୍‌ଡାଉନ୍‌ ସମୟରେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ନିଭେଦିତ । ପେଶାରେ ଜଣେ ଟ୍ରାଭଲ୍‌ ବ୍ଲଗର ।

ଜାନୁଆରୀ ମାସ ସୁଦ୍ଧା ତାଙ୍କର ଓଜନ ଥିଲା ୧୨୬ କେ.ଜି । ତେବେ ମାତ୍ର ୫ ମାସ ମଧ୍ୟରେ ସେ ଜିମ୍‌ ନଯାଇ ମଧ୍ୟ ତାଙ୍କର ଓଜନକୁ ୪୧ କିଲୋ କମାଇ ପାରିଥିଲେ । ଆସନ୍ତୁ ଜାଣିବା ଲକ୍‌ଡାଉନ୍‌ ମଧ୍ୟରେ କ’ଣ ଥିଲା ତାଙ୍କର ଲାଇଫ୍‌ ଷ୍ଟାଇଲ୍‌ । ସେ ପ୍ରତିଦିନ ୧୦ ରୁ ୧୫ କିଲୋମିଟର ଚାଲୁଥିଲେ । ଏଥିସହିତ ସକାଳେ ଗୋଟିଏ କପ୍‌ କଫି ପିଇବା ପରେ ବ୍ରେକ୍‌ଫାଷ୍ଟ କରୁଥିଲେ ।

ବ୍ରେକ୍‌ଫାଷ୍ଟରେ କେବଳ ଓଟ୍‌ସ କିମ୍ବା କେବେ କେବେ ଦୋଷା ସହିତ ଚଟ୍‌ନୀ ନେଉଥିଲେ । ଲଞ୍ଚ୍‌ରେ ଦୁଇଟି ରୁଟି ସହ ଗୋଟିଏ ବାେଓ୍ଵଲ୍‌ ପରିବା ସିଝା । ଯେଉଁଥିରୁ ସେ ପ୍ରଚୁର ପ୍ରୋଟିନ୍‌ ପାଉଥିଲେ । ସେହିପରି ଡିନରରେ କିଛି ହାଲ୍‌କା ଖାଦ୍ୟ ବିଶେଷ କରି ପରିବା ସୁପ୍‌ କିମ୍ବା ପରିବା ସିଝା ଖାଇଥିଲେ । ଦିନକୁ ଯେଉଁଠି ୪/୫ କିମି ଚାଲିପାରୁନଥିଲି । ସେଠାେ ମୁଁ ୧୦ ରୁ ୧୫ କିମି ଚାଲିଲି ।

ଲୋ କ୍ୟାଲୋରୀ ଖାଦ୍ୟ ସହ ଠିକ୍‌ ସମୟରେ ଖାଇବା ଅଭ୍ୟାସ, ୬ରୁ ୭ ଘଣ୍ଟା ଶୋଇବା ଓ ଚାଲିବା ଦ୍ୱାରା ୫ ମାସ ମଧ୍ୟରେ ସେ ୪୧ କି.ଗ୍ରା ଓଜନ ହ୍ରାସ କରିଥିବା କହିଛନ୍ତି ସେ । ଦିନେ ମୁଁ XXXL ସାଇଜ୍‌ର ପିନ୍ଧୁଥିଲି ଏବେ M ସାଇଜର ପିନ୍ଧି ପାରୁଛି ବୋଲି କହିଛନ୍ତି ନିଭେଦିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.