ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଲୁଟ, ମହିଳା ଗ୍ୟାଙ୍ଗ ସାମିଲ

କେନ୍ୟୁଜ ଓଡିଶା : ଦିଲ୍ଲା ପୋଲିସ ଜଣେ ମହିଳାକୁ ଗିରଫ କରିବା ସହ ଆଉ ଦୁଇଜଣ ସଂମ୍ପୃକ୍ତିକୁ ନେଇ ଚାଲିଛି ଖୋଳତାଡ । ଏମାନେ ଗୋଟେ ଗ୍ୟାଙ୍ଗ ହୋଇ ଶାରୀରିକ ସମ୍ବନ୍ଧ ବନାଇବାକୁ ବାଧ୍ୟ କରନ୍ତି । ଆଉ ସେମାନଙ୍କ କଥାରେ ରାଜି ନହେଲେ ଲୁଟପାଟ କରି ସେ ସ୍ଥାନରୁ ଚାଲିଯାଇଥାନ୍ତି । ୨ଦିନ ପୂର୍ବରୁ ଜଣେ ଡିସପେନ୍ସାରୀ କର୍ମୀଙ୍କୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଦ୍ୱାରିକା ଅଞ୍ଚଳରେ ମହିଳାଙ୍କର ଏକ ଗ୍ୟାଙ୍ଗ ସକ୍ରିୟ ରହିଛି, ଯେଉଁମାନେ ପ୍ରଥମେ ଶାରୀରିକ ସମ୍ପର୍କ ରଖିବାକୁ ଚାପ ପକାନ୍ତି ଓ ମନାକରିବା ପରେ କରନ୍ତି ଡକାୟତି । ଏଇ କିଛିଦିନ ମଧ୍ୟରେ ୩ମହିଳା ଦ୍ୱାରକା ସେକ୍ଟର ୨୩ ଅଞ୍ଚଳରେ ଏକ ଡିସପେନସାରୀ କର୍ମଚାରୀଙ୍କୁ ଲୁଟି ନେଇ ଫେରାର ହୋଇଯାଇଥିଲେ । ମାମଲାର ତଦନ୍ତ କରି ପୋଲିସ ଜଣେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଛନ୍ତି ।

କାଙ୍ଗନହେଡାର ବାସିନ୍ଦା ସୁମିତ ଦିନପୁର ସ୍ଥିତ ଏକ ଡିସପେନ୍ସାରୀରେ କାମ କରନ୍ତି । ମଙ୍ଗଳବାର ଅପରହ୍ନରେ ସେ କାମ ଶେଷ କରିବା ପରେ ବାଇକ ଯୋଗେ ଘରକୁ ଯାଉଥିଲେ । ଫୋନ କଲ ହେତୁ ସେ ବାଇକକୁ ଅଟକାଇ କଥା ହେବାକୁ ଲାଗିଲେ । ଏହି ସମୟରେ ୩ମହିଳା ତାଙ୍କ ନିକଟକୁ ଆସି ଶାରୀରିକ ସମ୍ପର୍କ ରଖିବାକୁ ଜିଦ କରିଥିଲେ । ମନା କରିବା ପରେ ମହିଳାମାନେ ରାଗିଯାଇ ତାଙ୍କୁ ନକଲି ମାମଲାରେ ସମ୍ପୃକ୍ତି କରିବାକୁ ଧମକ ଦେଇ ଅତି ଚାଲାକର ସହ ତାଙ୍କୁ କାବୁ କରିନେଇଥିଲେ । ପରେ ତାଙ୍କଠୁ ଜବରଦସ୍ତ ସୁନାମୁଦି ଲୁଟିନେଇ ଫେରାର ହୋଇଯାଇଥିଲେ ।

ଅଭିଯୋଗ ଉପରେ ପୋଲିସ ଏକ ମାମଲା ରୁଜୁ କରିଥିଲା । ସିସିଟିଭି କ୍ୟାମେରାର ଦୃଶ୍ୟ ଓ ଫୁଟେଜକୁ ଆଧାର କରି ପୋଲିସ ମହିଳାଙ୍କ ସନ୍ଧାନ ଆରମ୍ଭ କରିଥିଲା ।ଏହାପରେ ଗୋୟଲ ଡେରି ନାଲା ନିକଟରେ ଡକାୟତି କରିଥିବା ମହିଳାଙ୍କ ମଧ୍ୟରେ ଜଣେ ସେଠାରେ ଥିବାର ସୂଚନା ପାଇଥିଲା ପୋଲିସ । ସଂଗେ ସଂଗେ ପୋଲିସ ଟିମ ସେହି ମହିଳାଜଣଙ୍କୁ କାବୁ କରିନେଇଥିଲା । ପଚରା ଉଚରା ବେଳେ ଜଣାପଡିଥିଲା ଯେ ମହିଳାଜଣକ ଅନ୍ୟ ଏକ ଘଟଣା ଘଟାଇବା ପାଇଁ ସେଠାରେ ପହଞ୍ଚିଥିଲା । ଗିରଫ ମହିଳାଜଣକ ପ୍ରେମ ନାଗର ନିବାସୀ ଶିନା ବୋଲି ଜଣାପଡିଛି । ଅନ୍ୟ ମହିଳା ଅପରାଧିଙ୍କ ବିଷୟରେ ଜାଣିବାକୁ ପୋଲସି ତାକୁ ପଚରାଉଚରା କରୁଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.