ପ୍ରେମୀ ଯୁଗଳଙ୍କ ରକ୍ତରେ ଲାଲ ହେଲା ମନ୍ଦିର ପରିସର

ଗାଜିଆବାଦ (ଉତ୍ତର ପ୍ରଦେଶ) : ରକ୍ତ ରଞ୍ଜିତ ହେଲା ମନ୍ଦିର ପରିସର । ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କଲେ ପ୍ରେମୀ ଯୁଗଳଙ୍କୁ । ଉତ୍ତର ପ୍ରଦେଶ ଗାଜିଆବାଦ ଜିଲ୍ଲା ସାଇ ଉପବନ ନିକଟରେ ଥିବା ଏକ ମନ୍ଦିରରେ ଗତକାଲି ଏହି ଘଟଣା ଘଟିଛି । ସେହି ଯୁବକ ଯୁବତୀ ଦୁଇଜଣ ଗତକାଲି ସକାଳେ ସାଇ ମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ସେମାନେ ଦର୍ଶନ କରି ଫେରିବା ବେଳକୁ କିଛି ଅଚିହ୍ନା ଲୋକ ଆସି ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ ।

COUPLE MURDER-2

ସେହି ମନ୍ଦିର ପରିସରରେ ସେମାନେ ରକ୍ତାକ୍ତ ଅବସ୍ଥାରେ ଟଳି ପଡ଼ିଲେ । ମନ୍ଦିରର ପୂଜାରୀ ଓ ଅନ୍ୟମାନେ ଆସି ଦେଖିଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ସାରିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ହତ୍ୟାକାରୀ ଗୁଳି ମାରିବା ପରେ ଆସି ପ୍ରେମୀ ଯୁଗଳଙ୍କୁ ହାତ ମାରି ବଞ୍ଚିଛନ୍ତି କି ନାହିଁ ଦେଖିଥିଲେ । ଏହାପରେ ପିସ୍ତଲକୁ ଫିଲ୍ମ ଷ୍ଟାଇଲ୍‌ରେ ହଲାଇ ହଲାଇ ସେଠାରୁ ଫେରାର ହୋଇ ଯାଇଥିଲେ । ପୋଲିସ୍‌ ଘଟଣାର ତଦନ୍ତ କରୁଛି ।
ତେବେ ହତ୍ୟା ପଛର କାରଣ ସ୍ପଷ୍ଟ ହୋଇ ନାହିଁ । ଯୁବକ ଜଣକ ନାଁ ଅନ୍ନୁ ଚୌହ୍ଵାନ । ତେବେ ଯୁବତୀର ନାଁ ପ୍ରୀତି ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ଗତ ତିନି ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିଲା । ଘରେ ମଧ୍ୟ ସେମାନଙ୍କ ବିବାହ ପାଇଁ ରାଜି ହୋଇ ଯାଇଥିଲେ । ଆସନ୍ତାକାଲି ଉଭୟ ପରିବାର ମିଳିତ ଭାବେ ବସି ବାହାଘର ତିଥି ସ୍ଥିର କରିଥାନ୍ତେ । ହେଲେ ତା ପୂର୍ବରୁ ଘଟିଲା ଏହି ଅଘଟଣ ।

Leave A Reply

Your email address will not be published.