ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ ସକ୍ରିୟ, ମିଆଁମାର, ବାଂଲାଦେଶ ମୁହାଁ

ବଙ୍ଗୋପସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ। ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମରେ ମୌସୁମୀ ପ୍ରବେଶ କରିବ।

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର, ବାଂଲାଦେଶ ମୁହାଁ ହେବ। ଆଜି ପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବଙ୍ଗୋପସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ। ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମରେ ମୌସୁମୀ ପ୍ରବେଶ କରିବ। ଦକ୍ଷିଣ ଭାରତ ଓ ନର୍ଥଇଷ୍ଟ ପରେ ମୌସୁମୀ ଓଡିଶା ଆସିବା ସମ୍ଭାବନା ରହିଛି । ଜୁନ ୧୨ରୁ ୧୫ ମଧ୍ୟରେ ପ୍ରତିବର୍ଷ ଓଡ଼ିଶାରେ ମୌସୁମୀ ଆସିଥାଏ । ଏଥର ବିଳମ୍ବ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.