Below header

ମଧ୍ୟପ୍ରଦେଶରୁ ପଦ୍ମ ଛିଣ୍ଡାଇ ପାରିବ କି ହାତ ? ଆଜି ଭୋଟିଂ, ଶିବରାଜ ସିଂହ ଚୌହ୍ଵାନଙ୍କ ଏସିଡ୍‌ ଟେଷ୍ଟ

ମଧ୍ୟପ୍ରଦେଶ : ଆଜି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ । ୨୩୦ଟି ଆସନ ପାଇଁ ୨ହଜାର ୮ ଶହ ୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିବେ ମଧ୍ୟପ୍ରଦେଶର ୫ କୋଟି ୩ ଲକ୍ଷ ମତଦାତା । ମତଦାନ ଲାଗି ରାଜ୍ୟରେ ୬୫ ହଜାର ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ରାଜ୍ୟରେ ମୁଖ୍ୟତଃ ଭାରତୀୟ ଜନତା ପାର୍ଟି- ବିଜେପି ଓ କଂଗ୍ରେସ ମଧ୍ୟରେ ଏଥର କଡା ଟକର ହୋଉଛି । ଲଗାତର ଭାବେ ଶିବରାଜ ଚୌହାନଙ୍କ ନେତୃତ୍ୱରେ ତିନି ତିନି ଥର ବିଜେପି ଶାସନ କ୍ଷମତାକୁ ଆସିଥିବାରୁ ବିଜେପିକୁ ଏଥର କିଛିଟା ବିରୋଧୀ ହାୱା ସମ୍ମୁଖୀନ ହେବାକୁ ପଡୁଛି।

କିନ୍ତୁ ବିଜେପି ମଧ୍ୟପ୍ରଦେଶରେ ତାର ଗଡ ରକ୍ଷା ପାଇଁ ବିଜେପି ସବୁପ୍ରକାର ଉଦ୍ୟମ କରିଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାର ଆସି ୧୭ଟି ବଡ ବଡ ରାଲିରେ ବିଜେିପ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ରାଜ୍ୟର ୯୦ ପ୍ରତିଶତ ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ବହୁ ଯୋଜନା କରିଛନ୍ତି।

MP election.ସେହପରି କଂଗ୍ରେସ ମଧ୍ୟ ଚଳିତ ଥର ଋଣନୀତି ପରିବର୍ତ୍ତନ କରିବା ସହ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିଲା । ହିନ୍ଦୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କଂଗ୍ରେସ ମଧ୍ୟ ହିନ୍ଦୁ ଆଜେଣ୍ଡାକୁ ଆପେଣେଇଛି । ଦଳରେ ଯଦିଓ କାହାରିକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ କାହାରିକୁ ପ୍ରଜେକ୍ଟ କରାଯାଇନି, ତଥାପି ବରିଷ୍ଠ କଂଗ୍ରେସ ନେତା କମଳନାଥ, ଯୁବନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ କଂଗ୍ରେସ ନିର୍ବାଚନୀ ପ୍ରଚାର ମଂଗ ସମ୍ଭାଳିଛନ୍ତି। ପାର୍ଟି ଟିକେଟ ବଣ୍ଟନକୁ ନେଇ ଯଦିଓ ପ୍ରଥମରୁ କିଛିଟା ସମସ୍ୟା ଥିଲା, ତାହା ପରବର୍ତ୍ତି ସମୟରେ ସମାଧାନ ହୋଇଯାଇଥିଲା।

ତେଣୁ ଏଥର କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ସବୁଦମ ଲଗାଇଛି।  ବ୍ୟାପମ୍ ଦୁର୍ନୀତି ଓ ମଣ୍ଡାସୁରରେ ଚାଷୀଙ୍କ ଉପରକୁ ଗୁଳିମାଡ ଘଟଣା ସତ୍ୱେ ଶୀବରାଜ ଚୌହ୍ଵାନଙ୍କ ଲୋକପ୍ରିୟତାକୁ ଚାଲେଂଜ କରି କଂଗ୍ରେସ କ୍ଷମତାକୁ ଫେରିବାକୁ ସଂଘର୍ଷ କରିଛି । ଅନେକ ସ୍ଥାନରେ କଂଗ୍ରେସ ବହୁଜନ ସମାଜବାଦୀ ପାର୍ଟି ସହ ବୁଝାମଣା କରି ନିର୍ବାଚନ ଲଢିଛି। ତେବେ ଏହାର କି ଫଳ ହେବ ତାହା ଆସନ୍ତା ଡିସେମ୍ବର ୧୧ ତାରିଖରେ ହିଁ ଜଣାପଡିବ।

mizoramସେହିପରି ୪୦ ଆସନ ବିଶିଷ୍ଟ ମିଜୋରାମ ବିଧାନସଭା ନିର୍ବାଚନ ଲାଗି ମଧ୍ୟ ଅାଜି ହେବ ମତଦାନ ହେବ । ୪୦ ଆସନରେ ୨୦୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ରାଜ୍ୟର ୭ ଲକ୍ଷ ୭୦ ହଜାର ଭୋଟର । ଖ୍ରୀଷ୍ଟିଆନ ବହୁଳ ମିଜୋରାମରେ ମୁଖ୍ୟତଃ କଂଗ୍ରେସ ଓ ମିଜୋ ନ୍ୟାସନାଲ ପ୍ରଣ୍ଟ- ଏମ୍‌ଏନ୍‌ଏଫ ମଧ୍ୟରେ ମୁକାବିଲା ହେଉଛି । ବିଜେପି ଏଠାରେ ଖାତା ଖୋଲିବାକୁ ଉଦ୍ୟମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.