ରୋଚକ ମୋଡ଼ରେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା

କେନ୍ଯୁଜ୍: ରୋଚକ ମୋଡ଼ରେ ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟା। ପ୍ରତିଦିନ ନୂଆ ନୂଆ ନାଟକ। ଛକାପଞ୍ଝା ଭିତରେ ବିଜେପି ସରକାର ଗଠନ ନେଇ ଗ୍ରୀନ ସିଗନାଲ ଦେଇଛି। ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ମହାରାଷ୍ଟ୍ରରେ ନୂଆ ସରକାର ଶପଥ ନେଇ ପାରନ୍ତି । ମୁଖ୍ୟମନ୍ତ୍ରୀ ଭାବରେ ଦ୍ୱିତୀୟ ଥର ଶପଥ ନେଇ ପାରନ୍ତି ଦେବେନ୍ଦ୍ର ଫଡନାବିସ। ତାପୂର୍ବରୁ ଆଜି ବସୁଛି ବିଜେପି ବିଧାୟକ ଦଳ ବୈଠକ। ଏଠାରେ ଦେବେନ୍ଦ୍ର ଫଡନାବିସଙ୍କୁ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ କରାଯିବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ୧୦୫ ଓ ଶିବସେନାର ୫୬ ବିଧାୟକ ଜିତିଛନ୍ତି। ସରକାର ଗଠନ ନେଇ ବିଜେପିକୁ ୧୪୫ ବିଧାୟକଙ୍କ ସମର୍ଥନ ଦରକାର। ଏକାକୀ ବିଜେପି ସରକାର ଗଠନ କରି ପାରିବ ନାହିଁ। କିଛି ସ୍ୱାଧୀନ ବିଧାୟକ ବିଜେପିକୁ ସମର୍ଥନ ଦେଇଥିବା କହିଛନ୍ତି ଦେବେନ୍ଦ୍ର ଫଡନାବିସ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଶିବସେନା 50-50 ଫର୍ମୁଲା ଜିଦରେ ଅଟଳ ରହିଛି। ବିନା ଶିବସେନାରେ ବିଜେପି କିଭଳି ସରକାର ଗଠନ କରିବ ତାଉପରେ ସମସ୍ତଙ୍କ ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.