ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସମୟରେ କରୋନା ପଜିଟିଭ ହେଲେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ
ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏବେ ତାଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଭାରତରେ ୧୨,୨୪୯ ନୂଆ କୋଭିଡ କେସ୍ ଦେଖିବାକୁ ମିଳିଛି।
ଶିବସେନା ବିଧାୟକଙ୍କୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଦେଖାଦେଇଛି। ତେବେ ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ସରକାର ଅସୁବିଧାରେ ପଡିଛନ୍ତି । ତାଙ୍କର ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଧେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବିଦ୍ରୋହ ପରେ ଶିବସେନାର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି। ତେବେ ଏହା ମଧ୍ୟରେ ସିନ୍ଧେ ଏବଂ ତାଙ୍କର ସହଯୋଗୀ ବିଧାୟକ ସକାଳୁ ସକାଳୁ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି। ସିନ୍ଧେ ଦାବି କରିଛନ୍ତି ଯେ, ତାଙ୍କ ସହିତ ୪୦ ବିଧାୟକଙ୍କ ସର୍ମଥନ ରହିଛି। ଯେଉଁଥିରୁ ୩୪ ଶିବସେନା ଏବଂ ୬ ନିର୍ଦଳୀୟ ଏବଂ ଅନ୍ୟ ଦଳର ଅଟନ୍ତି। ୪୦ ବିଧାୟକ ଏକ ସ୍ୱତନ୍ତ୍ର ବିମାନରେ ଯାଇ ଗୁଆହାଟିରେ ପହଞ୍ଚିଛନ୍ତି।
Maharashtra Governor Bhagat Singh Koshyari admitted to HN Reliance Foundation hospital, Mumbai today for #COVID19 treatment: Sources
(File photo) pic.twitter.com/8KE8dplZua
— ANI (@ANI) June 22, 2022
୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଶିବସେନା ଓ ସହଯୋଗୀ ଦଳର ୫୬ ବିଧାୟକ ଥିବା ବେଳେ ଏନସିପିର ୫୩, କଂଗ୍ରେସର ୪୪ ଜଣ ବିଧାୟକ ଅଛନ୍ତି । ସେହିପରି ଏନଡିଏ ମେଣ୍ଟର ୧୧୩ ବିଧାୟକ ଅଛନ୍ତି । ଅନ୍ୟାନ୍ୟ ଦଳର ଅଛନ୍ତି ୧୦ ଜଣ ବିଧାୟକ । ଜଣେ ବିଧାୟକଙ୍କ ମୃତ୍ୟୁ ହୋଇଛି । ଯଦି ମହା ବିକାଶ ଅଘାଡ଼ି ସରକାରର ପତ୍ତନ ହୁଏ ତେବେ ନୂଆ ସରକାର ଗଠନ ପାଇଁ ଏବେ କୌଣସି ଦଳକୁ ୧୪୪ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।
असम: शिवसेना नेता एकनाथ शिंदे और अन्य पार्टी विधायक गुवाहाटी एयरपोर्ट पहुंचे। https://t.co/tJfmFcQcB1 pic.twitter.com/QwWv55Luj6
— ANI_HindiNews (@AHindinews) June 22, 2022
ଶିବସେନା ବିଧାୟକ ବିଦ୍ରୋହକୁ ଓହ୍ଲାଇବା ପରେ ସରକାର ଗଠନ ନେଇ ବିଜେପି ଆଶାବାଦୀ ହୋଇପଡ଼ିଛି । ରାଜନୈତିକ ସ୍ଥିତି ଉପରେ ନଜର ରଖିଛି ବିଜେପି। ଠିକ୍ ସମୟରେ ଏକନାଥ ସିନ୍ଦେ ସଠିକ ନିର୍ଣ୍ଣୟ ନେଇଥିବା କହିଛନ୍ତି ବିଜେପି ନେତା ନାରାୟଣ ରାଣେ। ଆବଶ୍ୟକ ପଡ଼ିଲେ ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ବିଜେପି ଦାବି କରିପାରେ ବୋଲି କହିଛନ୍ତି ପ୍ରବୀଣ ଦରେକର।