Below header

ମଜାଦାର ଢଙ୍ଗରେ ଲୋକଙ୍କୁ ସଚେତନ କଲା ମହାରାଷ୍ଟ୍ର ପୋଲିସ, କହିଲା, ‘ଜନି ଭଳି ହୁଅ ଏବଂ ଘରେ ରୁହ’, ଜାଣନ୍ତୁ କିଏ ଏହି Johnny

କରୋନା ଭାଇରସ ମହାମାରୀ ଯୋଗୁ ଏବେ ଚାରିଆଡେ ଲକଡାଉନ ଲାଗୁ ହୋଇଛି। ପୋଲିସ ପ୍ରଶାସନ ଲୋକଙ୍କୁ ସୋସିଆଲ ଡିସଷ୍ଟାନସିଙ୍ଗ ନିୟମ ପାଳନ କରି ଘରେ ରହିବା ପାଇଁ ପରାମର୍ଶ ଦେଉଛି। କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନଙ୍କୁ ବିନା କାରଣରେ ବାହାରେ ବୁଲିବାକୁ ମଜା ଲାଗୁଛି।

ଏବେ ମହାରାଷ୍ଟ୍ର ସରକାର ସେମାନଙ୍କ ପାଇଁ ନିଜ ଟୁଇଟର ହ୍ୟାଣ୍ଡେଲରୁ କିଛି ନିଆରା ଅନ୍ଦାଜରେ ବାର୍ତ୍ତା ପଠାଇଛନ୍ତି। ଏଥିରେ ପିଲାଙ୍କ ରାଇମ୍ ‘ଜନି ଜନି ୟେସ ପାପା’ ଷ୍ଟାଇଲରେ ପୋଲିସ ବାର୍ତ୍ତା ଲେଖିଛି। ତାହା ହେଲା, ‘ଜନି ଜନି ୟେସ ପାପା, ବାହାରକୁ ଯିବ ନୋ ପାପା, ଆଗକୁ କଣ କରିବ ହାତ ଧୋଇବି’।

5

ପୁଣି ପୋଲିସ ଲେଖିଛି ଯେ ‘ଜନି ମିଛ କୁହେନି, ତେଣୁ ଜନି ଭଳି ହୁଅ ଓ ନିଜ ଘରେ ରୁହ’। ମହାରାଷ୍ଟ୍ର ପୋଲିସ ଏହି ମଜାଦାର ଟୁଇଟ ଜରିଆରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିଛି। ଏହାଛଡା ପୋଲିସ ଲୋକଙ୍କୁ କହିଛି ଯେ ‘ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ। ସଫା ସୁତରା ଉପରେ ଧ୍ୟାନ ରଖନ୍ତୁ ଏବଂ ଅଳ୍ପ ଅଳ୍ପ ସମୟ ବ୍ୟବଧାନରେ ହାତ ସଫା କରନ୍ତୁ’। ତେବେ ୟୁଜରମାନେ ଏହି ମେସେଜକୁ ନେଇ ଭଲ ପ୍ରତିକ୍ରିୟା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.