Below header

ୱାନପ୍ଲସର 5G ସ୍ମାର୍ଟଫୋନ OnePlus 8 ସିରିଜ ଆଜି ହେବ ଲଞ୍ଚ, ଜାଣନ୍ତୁ ଦାମ ଏବଂ ଫିଚର୍ସ

ୱାନପ୍ଲସ ଆଜି ନିଜର ଦୁଇଟି ଦମଦାର ସ୍ମାର୍ଟଫୋନ ୱାନପ୍ଲସ 8 ଏବଂ ୱାନପ୍ଲସ 8 ପ୍ରୋକୁ ଲଞ୍ଚ କରିବା ପ୍ରସ୍ତୁତିରେ। କମ୍ପାନୀ ଏହି ଫୋନର ଲଂଚିଙ୍ଗ ତାରିଖର ଘୋଷଣା ବହୁତ ଦିନ ପୂର୍ବରୁ କରିଥିଲା। କିନ୍ତୁ ପରେ କୁହାଯାଉଥିଲା ଯେ କାରୋନା ଭାଇରସ ପାଇଁ ଏହାକୁ ସ୍ଥଗିତ କରିଦିଆଯାଇଛି। କିନ୍ତୁ ନା ଏମିତି କରାଯାଇନାହିଁ ବରଂ ଆଜି ଏହି ଦୁଇ ଫୋନକୁ ଅନଲାଇନ ଇଭେଣ୍ଟ ଜରିଆରେ ଲଞ୍ଚ କରାଯିବ। ଭାରତୀୟ ସମୟ ଅନୁଯାଇ ଏହାର ଲଞ୍ଚ ରାତି ପ୍ରାୟ ୮.୩୦ରେ ଆରମ୍ଭ କରାଯିବ। କୁହାଯାଉଛି ଯେ କମ୍ପାନୀ ଏହି ଫୋନ ସହିତ ୱାୟାରଲେସ ବୁଲେଟ ଇଅରଫୋନ ଏବଂ ୱାୟାରଲେସ ଚାର୍ଜର ମଧ୍ୟ ଲଞ୍ଚ କରିବ।

ଚୀନରେ OnePlus 8 ଏବଂ OnePlus 8 proର ବିକ୍ରି ୧୭ ଏପ୍ରିଲ ଠାରୁ ଆରମ୍ଭ କରିଦିଆଯିବ। କାରୋନା କାରଣରୁ ଭାରତରେ ବର୍ତ୍ତମାନ ଅନଲାଇନ ଏବଂ ଅଫଲାଇନ ବଜାରକୁ ବନ୍ଦ କରିଦିଆଯାଇଛି। ଏଥିପାଇଁ ଅନେକ ରିପୋର୍ଟରୁ ଜଣାଯାଉଛି ଯେ ଲକଡାଉନ ଶେଷ ହେବା ପରେ ଏହାକୁ ଭାରତରେ ଆମାଜନରେ ଉପଲବ୍ଧ କରାଯିବ। ଏହି ଦୁଇ ସ୍ମାର୍ଟଫୋନର ଦାମ ଏବଂ ଫିଚର୍ସକୁ ନେଇ ପୂର୍ବରୁ କିଛି ସୂଚନା ଲିକ ହୋଇସାରିଛି।

oneplusOnePlus 8 ଏବଂ OnePlus 8 proର ଦାମ

ଫୋନର ଦାମ ବିଷୟରେ କହିବା OnePlus 8 ଏବଂ OnePlus 8 pro ଗ୍ଲୋବାଲ ଦାମ OnePlus 7T ସିରିଜର ଲଞ୍ଚ ପ୍ରାଇସ ଠାରୁ ଅଧିକ ହେବ। ଭାରତରେ OnePlus 8ର ଦାମ ୫୦,୦୦୦ ଟଙ୍କାରୁ ଆରମ୍ଭ ହୋଇପାରେ। ସେହିପରି OnePlus 8 proର ଦାମ ୬୦,୦୦୦ ଟଙ୍କାରୁ ଆରମ୍ଭ ହୋଇପାରେ।

OnePlus 8 ଏବଂ OnePlus 8 proର ସ୍ପେସିଫିକେସନ

ଲିକ ରିପୋର୍ଟ ଅନୁଯାୟୀ ୟୁଜର୍ସଙ୍କୁ ଏହି ଦୁଇ ସ୍ମାର୍ଟଫୋନରେ ୬.୪ ଇଞ୍ଚର ଡିସପ୍ଲେ ମିଳିବ। ଯାହାର ରିଫ୍ରେସ ରେଟ ୧୨୦ ହର୍ଟଜ ହେବ। ଏହାସହିତ କମ୍ପାନୀ ଏହି ଦୁଇ ଦମଦାର ସ୍ମାର୍ଟଫୋନରେ ଉତ୍ତମ ପରଫର୍ମାନ୍ସ ପାଇଁ ଲାଟେଷ୍ଟ ସ୍ନାପ ଡ୍ରାଗନ ୮୬୫ ପ୍ରୋସେସରର ସପୋର୍ଟ ଦେଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.