କରୋନା ଔଷଧର ଋଣ ଶୁଝିଲା ଆମେରିକା, ଭାରତକୁ ଦେବ ସାଢ଼େ ୧୫ କୋଟିର ମିସାଇଲ

କରୋନା ସଙ୍କଟ ଦେଇ ଗତି କରୁଥିବା ଆମେରିକାକୁ ଭାରତ ଔଷଧ ପଠାଇବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭାରତର ଏହି ସାହାଯ୍ୟ ପ୍ରତିବଦଳରେ ଆମେରିକା ୧୫.୫ କୋଟି ଡଲାରର ହାରପୁନ ବ୍ଲାକ ୨ ଏୟାର ଲଞ୍ଚଡ ମିସାଇଲ ଓ ହାଲକା ଓଜନର ଟରପିଡୋ ଭାରତକୁ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଇଛି।

missail

ଡିଫେନ୍ସ ସିକ୍ୟୁରିଟି କୋ ଅପରେସନ ଏଜେନ୍ସି ଏନେଇ ସଂସଦକୁ ସୂଚନା ଦେଇ କହିଛନ୍ତି ଯେ ଏହି ୧୦ AGM-୮୪L ହାରପୁନ ବ୍ଲାକ ୨ ମିସାଇଲର ଦାମ ୯.୨ କୋଟି ଆମେରିକୀୟ ଡଲାର ଥିବା ବେଳେ ହାଲକା ଓଜନର ୧୬ ଏମକେ ୫୪ ଅଲରାଉଣ୍ଡ ଟାରପିଡୋ ଓ ୩ ଏମକେ ଏକ୍ସରସାଇଜ ଟାରପିଡୋର ଦାମ ପ୍ରାୟ ୬.୩ କୋଟି ଡଲାର ରହିଛି। ପେଣ୍ଟାଗନ୍ କହିଛି ଯେ ସରକାରଙ୍କ ତରଫରୁ ଏହି ଦାବି କରାଯିବା ପରେ ଏନେଇ ଆମେରିକାର ବିଦେଶ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି।

AGM-84L HARPOON Block II Missiles for India | DefenceTalk

ଏହି ଅସ୍ତ୍ରଶସ୍ତ୍ର ଭାରତୀୟ ସେନାବାହିନୀରେ ସାମିଲ ହେବା ପରେ ଦେଶର ସୁରକ୍ଷା ବ୍ୟବସ୍ଥା ଆହୁରି ମଜଭୁତ ହୋଇଯିବ ବୋଲି କୁହାଯାଉଛି। ଏସବୁ ଅସ୍ତ୍ର ଭାରତକୁ ସୁରକ୍ଷା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.