Below header

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି, ରାଜ୍ୟ ରାଷ୍ଟ୍ରପତି ଶାସନ ଆଡକୁ ଯାଉଥିବା ସ୍ପଷ୍ଟ ହେବାରେ ଲାଗିଛି

କେନ୍ୟୁଜ୍(ବ୍ୟୁରେ): ମହାରାଷ୍ଟ୍ର ଦିନକୁ ଦିନ ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି । ରାଷ୍ଟ୍ରପତି ଶାସନ ଆଡକୁ ଗତି କରୁଛି ମହାରାଷ୍ଟ୍ର ରାଜନୀତି । କଂଗ୍ରେସ ଏନସିପି ସମର୍ଥନରେ ସରକାର ଗଠନ ଲାଗି ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ସରକାର ଗଠନ ହୋଇପାରିନାହିଁ । ଫଳରେ ରାଷ୍ଟ୍ରପତି ଶାସନ ଆଡକୁ ଯାଉଥିବା ସ୍ପଷ୍ଟ ହୋବରେ ଲାଗିଛି । ଆଜି ସଂଧ୍ୟାରେ ଅସ୍ଥିରତା ଅଧିକ ବଢ଼ି ଯାଇଛି । ଶିବସେନା ସରକାର ଗଢ଼ିବା ନେଇ ଆଦିତ୍ୟ ଠାକରେଙ୍କ ସମେତ ଶିବସେନାର କେତେକ ନେତା ରାଜ୍ୟପାଳ ଭଗତ ସିଂଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ । କିନ୍ତୁ ରାଜ୍ୟପାଳଙ୍କ ଦ୍ୱାରା ଧାର୍ଯ୍ୟ ସାଢ଼େ ୭ଟା ସମୟ ସୀମା ମଧ୍ୟରେ ଆବଶ୍ୟକ ସଂଖ୍ୟା ଯୋଗାଡ କରିପାରିନାହିଁ ଶିବସେନା । ଶିବସେନା ରାଜ୍ୟପାଳଙ୍କୁ ଆଉ ଦୁଇ ଦିନ ସମୟ ମାଗିଥିଲେ ମଧ୍ୟ ରାଜ୍ୟପାଳ, ସମୟ ଦେବାକୁ ମନା କରିଦେଇଥିଲେ । ରାଜ୍ୟପାଳ ସରକାର ଗଠନ ଦାବିକୁ ଅସ୍ୱୀକାର କରିନଥିଲେ ମଧ୍ୟ ସମୟ ଦେଇନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.