ମହାରାଷ୍ଟ୍ରରେ ଅପ୍ରେଲ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି , ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ରରେ କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ଲକ୍‌ଡାଉନ୍‌ ଅବଧିକୁ ଅପ୍ରେଲ ୩୦ ତାରିଖ ଯାଏ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହା ଘୋଷଣା କରିଛନ୍ତି ।

ଏହି ଲକ୍‌ଡାଉନ୍‌ ଘୋଷଣା କରିବାରେ ଓଡ଼ିଶା ଓ ପଞ୍ଜାବ ପରେ ମହାରାଷ୍ଟ୍ର ହେଉଛି ୩ୟ ରାଜ୍ୟ । ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ଅପ୍ରେଲ୍‌ ୧୪ରେ ସରିବାକୁ ଯାଉଥିବା ବେଳେ ଆଜି ଶ୍ରୀ ଠାକ୍‌ରେ ମହାରାଷ୍ଟ୍ରରେ ଅପ୍ରେଲ ୩୦ ତାରିଖ ଯାଏ ଲକ୍‌ଡାଉନ୍‌ ବୃଦ୍ଧି ନେଇ ଘୋଷଣା କରିଛନ୍ତି ।

ତେବେ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‌ଡାଉନ୍‌କୁ ଅତି କଡ଼ାକଡ଼ି ଭାବେ ପାଳନ କରାଯିବା ବେଳେ କେତେକ ସ୍ଥାନରେ କୋହଳ କରାଯିବ ବୋଲି ଶ୍ରୀ ଠାକ୍‌ରେ କହିଛନ୍ତି । ଶନିବାର ସୁଦ୍ଧା ମହାରାଷ୍ଟ୍ରରେ ୧୫୭୪ କରୋନା ପଜେଟିଭ୍‌ ମାମଲା ମିଳିଛି । ଏଠାରେ ମୃତ୍ୟୁ ସଂଖ୍ୟା ୧୧୦ରେ ପହଞ୍ଚିଥିବା ବେଳେ ୧୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.