ବଲିଉଡ ଫିଲ୍ମ ସିଟିରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ସିରିଏଲ ସୁଟିଂ ସେଟ

ବଲିଉଡ ଫିଲ୍ମ ସିଟିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ | ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିଲା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ | ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଦିନ ପ୍ରାୟ ସାଢେ ଚାରିଟା ବେଳେ ତଳ ତାଲାର ପ୍ରାୟ 2000 ବର୍ଗ ଫୁଟ ଅଂଚଳରେ ନିଆଁ ଲାଗିଥିଲା | ଏହି ନିଆଁ ନିକଟସ୍ଥ ଆଉ କେତେକ ସେଟକୁ ବ୍ୟାପିବାରେ ଲାଗିଛି ।

ମୁମ୍ବାଇ : ବଲିଉଡ ଫିଲ୍ମ ସିଟିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ | ମୁମ୍ବାଇର ପ୍ରସିଦ୍ଧ ଷ୍ଟୁଡିଓ ଫିଲ୍ମ ସିଟିରେ ସୁଟିଂ ହେଉଥିଲା ଧାରାବାହିକ ‘ଗୁମ୍ ହୈ କିସି କେ ପ୍ୟାର୍’ | ସେଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ସେଟରେ ଦିନ ପ୍ରାୟ ସାଢେ ଚାରିଟା ବେଳେ ତଳ ତାଲାର ପ୍ରାୟ 2000 ବର୍ଗ ଫୁଟ ଅଂଚଳରେ ନିଆଁ ଲାଗିଥିଲା | ଏହି ନିଆଁ ନିକଟସ୍ଥ ଆଉ କେତେକ ସେଟକୁ ବ୍ୟାପିବାରେ ଲାଗିଛି ।

ବର୍ତ୍ତମାନ ସୁଦ୍ଧା ନିଆଁ ‘ତେରି ମେରି ଦୁରିୟାଁ’ ଏବଂ ‘ଅଜୁନି’ ଧାରାବାହିକର ସେଟ୍ ରେ ପହଞ୍ଚିସାରିଛି । ଅଗ୍ନିକାଣ୍ଡ ସମୟରେ ତିନୋଟି ଧାରାବାହିକର ସେଟ୍ ରେ ପ୍ରାୟ ହଜାରରୁ ଉର୍ଦ୍ଧ୍ବ ଲୋକ କାମ କରୁଥିଲେ। ଖବର ଲେଖାହେବା ଯାଏ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଫିଲ୍ମ ସିଟି ମ୍ୟାନେଜିଙ୍ଗ ଡିରେକ୍ଟର ଅବିନାଶ ଢାଂକେ ସୂଚନା ଦେଇଛନ୍ତି । ଅଗ୍ନିଶମ ବାହିନୀର ଟିମ୍ ଦୁର୍ଘଟଣା ସ୍ଥଳରେ ରହି ନିଆଁ ଲିଭାଉଛନ୍ତି ।

ଏହି ଅଗ୍ନିକାଣ୍ଡରେ ସିରିଏଲ ସେଟ୍ ର ଅନେକ ସାମଗ୍ରୀ ଜଳିଯାଇଛି । ନିଆଁ ଲିଭା କାର୍ଯ୍ୟରେ ୧୨ଟି ଦମକଳ ଗାଡ଼ି, ଗୋଟିଏ ପାଣି ଟ୍ୟାଙ୍କର,7 ଟି ପାଣି ଜେଟି, ଗୋଟିଏ କ୍ୱିକ୍ ରେସପନ୍ସ ଗାଡ଼ି ଓ ଅଗ୍ନିଶମ ବାହିନୀର କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ମୁମ୍ବାଇ ମହାନଗର ପାଳିକାର ଜଣେ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.