ଦିଲ୍ଲୀ ଦରବାରରେ ଦିଦିଙ୍କ ଗର୍ଜନ, ପେଗାସସ୍‌ ବିବାଦରେ କେନ୍ଦ୍ର ଉପରେ ଝାଡିଲେ ଅସନ୍ତୋଷ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଦିଦିଙ୍କ ଗର୍ଜନ । ପେଗାସସ୍‌ ବିବାଦରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ଏମର୍ଜେନ୍ସୀକୁ ବି ବଳି ଯାଇଛି ବର୍ତ୍ତମାନ ସ୍ଥିତି । ପେଗାସସ୍‌ ପ୍ରସଙ୍ଗ ବର୍ତ୍ତମାନ ଜୀବନ, ସମ୍ପତ୍ତି ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ଫୋନ୍‌ ବି ହ୍ୟାକ୍‌ ହୋଇଛି ।

ପୂର୍ବରୁ ତାଙ୍କ ପୁତୁରା ତଥା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିଲା । ଜଣଙ୍କର ଫୋନ୍‌ ହ୍ୟାକ୍‌ କରିବା ଅର୍ଥ ସମସ୍ତଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି । ମମତା ବାନାର୍ଜୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଆଜି ବିଭିନ୍ନ ଦଳର ସୁପ୍ରିମୋଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.