ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା RBI ହେଲ୍ପଲାଇନ, ହରାଇବସିଲେ ୪୮,୦୦୦ ଟଙ୍କା

ଭାରତୀୟ ରିଜର୍ଭ ବ୍ୟାଙ୍କ(RBI)ର ଏକ ହେଲ୍ପଲାଇନକୁ ଫୋନ କରିବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଲା। ତାଙ୍କୁ ୪୮,୦୦୦ ଟଙ୍କା ହରାଇବାକୁ ପଡିଲା। ସେହି ବ୍ୟକ୍ତି ମଲାଡ ଅଞ୍ଚଳର ଏବଂ ତାଙ୍କ ନାମ ବିଜୟ କୁମାର ମାରୱା। ଘଟଣା କିଛି ଏମିତି ଥିଲା ମାରୱାଙ୍କୁ ନିଜର ଘର ସଫା କରିବା ସମୟରେ ୭୦୦୦ ଟଙ୍କାର ପୁରୁଣା ଟଙ୍କା ମିଳିଲା। ସେ ଏହା ଜାଣିବାକୁ ଚାହୁଁଥିଲେ ଯେ ଏହି ଟଙ୍କା ବଦଳାଇ ଯାଇ ପାରିବ ନା ନାହିଁ।
ଏଥିପାଇଁ ମାରୱା ନିଜ ମୋବାଇଲରେ ଆରବିଆଇ ହେଲ୍ପଲାଇନ ବାଛିଲେ। ଯେଉଁଥିରେ ଆସିଥିବା ଏକ ନକଲି ନମ୍ବରକୁ ସେ ଫୋନ କଲେ। ଧୋକା କରିଥିବା ବ୍ୟକ୍ତି ମାରୱାଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା କହି ତାଙ୍କୁ ବ୍ୟାଙ୍କର ସମ୍ପୂର୍ଣ୍ଣ ବିବରଣୀ ମାଗିଲା, ଯାହା ଦ୍ବାରା ସେ ଏହି ଟଙ୍କାକୁ ନିଜ ଆକାଉଣ୍ଟରେ ଜମା କରିପାରିବ। ଠକ ତାଙ୍କ କ୍ରେଡିଟ କାର୍ଡର ଡିଟେଲ୍ସ ମାଗିଥିଲା। ଯେଉଁଥିରେ ଓଟିପି ମଧ୍ୟ ସାମିଲ ଥିଲା।
କିଛି ମିନିଟ ମଧ୍ୟରେ ଧୋକା କରିଥିବା ବ୍ୟକ୍ତି ମାରୱାଙ୍କ ଆକାଉଣ୍ଟରୁ ୪୮,୦୦୦ ଟଙ୍କା କାଢ଼ିନେଲା। ଯେତେବେଳେ ମାରୱାଙ୍କୁ ଜଣା ପଡିଲା ଯେ ତାଙ୍କ ସହିତ ଧୋକା ହେଇଛି ତେବେ ସେ ମଲାଡ ପୋଲିସ ଷ୍ଟେସନରେ ଅଭିଯୋଗ କଲେ। ୬ ଜାନୁୟାରୀରେ ସେ ଏଫଆଇଆର ରୁଜୁ କଲେ। ବିଶେଷଜ୍ଞଙ୍କ ଅନୁସାରେ ଠକ ମାନେ ବିତ୍ତୀୟ ସଂଗଠନ ହୋଇ ନିଜ ନମ୍ବରକୁ ଅନଲାଇନରେ ସାମିଲ କରିଛନ୍ତି।
ମହାରାଷ୍ଟ୍ରର ସାଇବର ଅଧୀକ୍ଷକ କାଲସିଂଗ କହିଲେ ଯେ, ‘ସାଇବର ଅପରାଧୀମାନେ ନିକଟରେ
ଏହି ନୂଆ ଟେକନିକକୁ ଆପଣେଇଛନ୍ତି। ସର୍ଚ୍ଚ ଇଞ୍ଜିନ କେବଳ ଏହି କଥାର ପ୍ରୁଷ୍ଟି କରିପାରିବ ଯେ ନମ୍ବର ଠିକ ନା ଭୁଲ। ଲୋକଙ୍କୁ ମଧ୍ୟ ସାବଧାନରେ ରହିବାକୁ ହେବ ଏବଂ କେବଳ ଅଫିସିଆଲ ୱେବସାଇଟରେ ଦିଆଯାଇଥିବା ନମ୍ବରକୁ ଫୋନ କରିବା ଆବଶ୍ୟକ। ଆମେ ପୂରା ରାଜ୍ୟରେ ଆଣ୍ଟି-ଫିଶିଂଗ ସେଲ ବନାଇବାର ଯୋଜନା ପ୍ରସ୍ତୁତ କରୁଛୁ।’