ମାୟାବତୀଙ୍କ ଜନ୍ମ ଦିନରେ ଫୁଟିଲା ଗୁଳି, ଲୁଟିଲେ କେକ୍

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀଙ୍କର ଆଜି ହେଉଛି ୬୩ତମ ଜନ୍ମ ଦିବସ । ଆଗାମୀ ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହ ତାଙ୍କ ଦଳର ମେଣ୍ଟ ହୋଇ ସାରିଛି । ଏହି ଖୁସିରେ ସାରା ରାଜ୍ୟରେ ତାଙ୍କ ସମର୍ଥକମାନେ ମିଠା ଖୁଆଖୁଇ ହୋଇଥିଲେ । ତେବେ ଆଜି ମାୟାବତୀଙ୍କ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳିବା ଲାଗି ନିଷ୍ପତ୍ତି ହୋଇଥିଲା । ତଥାପିି ସମର୍ଥକ ଏହାକୁ ମାନି ନାହାନ୍ତି । ବିଭିନ୍ନ ଗାଁ ଓ ସହରରେ ତାଙ୍କର ଜନ୍ମଦିନକୁ ଧୁମ୍ଧାମରେ ପାଳନ କରିଛନ୍ତି । ଏମିତିକି କିଛି ସମର୍ଥକ ଆଇନ୍ କାନୁନ୍ ବି ମାନୁ ନାହାନ୍ତି ।
ବାଗପତ୍ ଠାରେ କିଛି ସମର୍ଥକ ଫାଙ୍କା ଗୁଳି ଚାଳନା କରି ନାଚ ଗୀତରେ ମାତି ଯାଇଥିଲେ । ସେତେବେଳେ ଧ୍ୟାନ ନଥିଲା ଯେ ସେମାନେ ଆଇନ୍ ଭାଙ୍ଗୁଛନ୍ତି । ଆଉ କିଛି ଜାଗାରେ କେକ୍ କାଟି ମାୟାବତୀଙ୍କ ସମର୍ଥକମାନେ ପରସ୍ପରକୁ ଖୁଆଇଥିଲେ । ତେବେ ଫାଙ୍କା ଗୁଳି ଚାଳନା କଥାକୁ ବହୁଜନ ସମାଜ ପାର୍ଟିର କର୍ମକର୍ତ୍ତାମାନେ ଅସ୍ୱୀକାର କରିଛନ୍ତି । ସେମାନେ କହିଛନ୍ତି କିଛି ଲୋକ ଉତ୍ସବକୁ ବନ୍ଧୁକ ନେଇ ଆସିଥିଲେ । ହେଲେ ସେମାନେ ଆଦୌ ଫାଙ୍କା ଗୁଳି ଚାଳନା କରି ନାହାନ୍ତି । ଅନ୍ୟପକ୍ଷରେ ଏସବୁ ଫଟୋ କହୁଛି ଆଇନ୍ ନମାନି ଗୁଳି ଫୁଟା ଯାଇଥିଲା ।
ଆମରୋହରେ ସମର୍ଥକମାନେ କେକ୍ ଲୁଟି ନେଇଥିଲେ ଯାହାର ଭିଡିଓ ଭାଇରାଲ ହୋଇଛି ।
#WATCH: People loot cake during an event in Amroha, on Bahujan Samaj Party (BSP) chief Mayawati’s 63rd birthday today. pic.twitter.com/8Q4bDWdr66
— ANI UP (@ANINewsUP) 15 January 2019