୨୪ ଏମପି କ୍ୟାମେରା ସହ ଲଞ୍ଚ ହେଲା ଅନର ୧୦ ଲାଇଟ ସ୍ମାର୍ଟଫୋନ୍, ଜାଣନ୍ତୁ ମୂଲ୍ୟ ଏବଂ ଫିଚର

ନୂଆଦିଲ୍ଲୀ : ଚାଇନା କମ୍ପାନି ହୁୱାଇର ସବ ବ୍ରାଣ୍ଡ ଅନର ଭାରତରେ ତାହାର ନୂଆ ସ୍ମାର୍ଟଫୋନ୍ ଅନର ୧୦ ଲାଇଟ୍ ଲଞ୍ଚ କରିଛି। ଏଥିରେ ରହିଥିବା ୬.୨୧ଇଞ୍ଚ ଫୁଲ ଏଚଡି ପ୍ଲସ ଡିସପ୍ଳେ ସ୍ମାର୍ଟଫୋନକୁ ଖାସ ରହିଛି। ଏହି ଡ଼ିସପ୍ଳେରେ ଆସ୍ପେକ୍ଟ ରେସିଓ ୧୯:୫:୯ ରହିଥିବା ବେଳେ ୨.୫ଡି କର୍ଡ ଗ୍ଲାସ ଦିଆଯାଇଛି। ଏହି ଡିଭାଇସରେ ଅକ୍ଟାକୋର Kirin ୭୨୦ ପ୍ରୋସେସର ଦିଆଯାଇଛି। ଆସନ୍ତୁ ଜାଣିବା ଏହାର ଫିଚର ଏବଂ ମୂଲ୍ୟ ବିଷୟରେ ଜାଣିବା ସଂପୂର୍ଣ୍ଣ ତଥ୍ୟ।

Honor10Lite

ମୂଲ୍ୟ :

ଅନର ୧୦ ଲାଇଟର ଦୁଇଟି ବେରିଏଣ୍ଟ ରହିଛି। ଏହାର ୪/୬୪ ଜିବି ବାରିଏଣ୍ଟର ମୂଲ୍ୟ ୧୩,୯୯୯ ଟଙ୍କା ରହିଥିବା ବେଳେ ୬/୬୪ ଜିବିର ମୂଲ୍ୟ ୧୭,୯୯୯ଟଙ୍କା ରହିଛି। କମ୍ପାନି ଏହାକୁ ସ୍କାଏ ବ୍ଳୁ, ମିଡନାଇଟ ବ୍ଳାକ୍ ଏବଂ ସଲଫର ବ୍ଳୁ କଲରରେ ଲଞ୍ଚ କରିଛି।

honor-10-lite-1

ଫିଚର :

ଅନର ୧୦ ଲାଇଟରେ ଆନଡ୍ରୋଏଡ ୯.୧ ପାଏ ରହିଥିବା ବେଳେ ଇଣ୍ଟରଫେସ EMUI 9.0 ରହିଛି। ଏଥିରେ ହାଇବ୍ରିଡ ଡୁଆଲ ସିମ୍ ଦିଆଯାଇଛି। ମୋବାଇଲର ବ୍ୟାଟେରୀ ୩,୪୦୦ଏମଏଚ୍ ରହିଛି। ଏହାର ରିୟର କ୍ୟାମେରା ୨୩/୨ ମେଗାପିକ୍ସଲ ରହିଥିବା ବେଳେ ଫ୍ରଣ୍ଟ ୨୪ ମେଗାପିକ୍ସଲ ରହିଛି। ତେବେ ଏତେ କମ୍ ମୂଲ୍ୟରେ ୨୪ ମେଗାପିକ୍ସଲ ଥିବା ଏହା ଏକ ମାତ୍ର ସ୍ମାର୍ଟଫୋନ ଭାବେ ପରିଚିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.