ବରଯାତ୍ରୀ ଭାବେ ନାଚି ନାଚି ଯାଉଥିଲେ ଯୁବକ, ଡିଜେ ସାଉଣ୍ଡ ନେଇଗଲା ଜୀବନ

ଶବ୍ଦ ପ୍ରଦୂଷଣଯେ ଶରୀର ଉପରେ କେତେ ମାତ୍ରାରେ କୁପ୍ରଭାବ ପକାଏ ବୋଲି ଆମେ ଶୁଣି ଆସୁଛୁ । କିନ୍ତୁ ଏହି ଶବ୍ଦ ପ୍ରଦୂଷଣ ଯେ ଜଣଙ୍କ ଜୀବନ ନେଇପାରେ ଏମିତି ଘଟଣା ହୁଏତ ଆମେ ଆଗରୁ କେବେ ବି ଶୁଣିନଥିବୁ କି ଜାଣିନଥିବୁ । ଏକ ବରଯାତ୍ରୀ ଗାଡି ଯାଉଥିବା ବେଳେ ଅତ୍ୟଧିକ ଶବ୍ଦ କାରଣରୁ ଜଣେ ନାବାଳକର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶ ଉଜ୍ଜଇନ ଜିଲ୍ଲା ଅନ୍ତର୍ଗତ ଆମ୍ବୋଡ଼ିଆ ଅଂଚଳରେ ଜଣେ ୧୮ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ଜଣେ ସାଙ୍ଗର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଉଥିବା ବେଳେ ବାଳକଟିର ମୃତ୍ୟୁ ହୋଇଛି । ବରଯାତ୍ରୀ ଗାଁ ଛାଡିବା ପରେ ଫୁଲ ଦମରେ ଆନନ୍ଦ ଉଲ୍ଲାସର ସହ ପ୍ରୋସେସନ ଆରମ୍ଭ ହୋଇଯାଇଥିଲା । ଡିଜେ ବାଜିବା ସହିତ ରେକର୍ଡେଡ ଭିଡିଓରେ ରାସ୍ତା ଫାଟି ପଡୁଥିଲା । ଖୁବ ମଜା ମସ୍ତିର ସହ ଉତ୍ସବ ଚାଲିଥିବା ବେଳେ ହଟାତ ଲାଲ ସିଂହ ନାମକ ସେହି ଯୁବକ ଜଣଙ୍କ ଟଳି ପଡ଼ିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଉଜ୍ଜନ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

ସେଠାରେ ଯୁବକକୁ ମୃତ ଘୋଷଣା କରାଯାଇଛି । ପରେ ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାଯାଇଛିଯେ ୧୮ ବର୍ଷୀୟ ଏହି ବାଳକର ହାର୍ଟରେ ରକ୍ତ ଜମାଟ ବାନ୍ଧିଯାଇଥିଲା । ଯେଉଁ କାରଣରୁ ତାର ମୃତ୍ୟୁ ହୋଇଛି । ଉକ୍ତ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର ଜିତେନ୍ଦ୍ର ଶର୍ମାଙ୍କ ଅନୁଯାୟୀ ବିବାହ ମହୋତ୍ସବରେ ଅତ୍ୟଧିକ ଶବ୍ଦରେ ବାଜୁଥିବା ଡିଜେ କାରଣରୁ ହିଁ ବାଳକଟିର ଏପରି ଅବସ୍ଥା ହୋଇଛି । ଡଃ ଶର୍ମା ଏହା ମଧ୍ୟ ଅଭିଯୋଗ ଆଣିଛନ୍ତିଯେ ଯେତେବେଳେ ଉଚ୍ଚ ସ୍ୱରରେ ଡିଜେ କିମ୍ବା ଅନ୍ୟକୌଣସି ବାଜା ବାଜି ଉଠେ ଏହା ଶରୀରରେ ଏକ ପ୍ରକାର ପ୍ରତିକ୍ରିୟା ସୃଷ୍ଟି କରେ । ନିୟନ୍ତ୍ରଣ ବାହାରେ ହଟାତ ଶବ୍ଦ ବାଜି ଉଠିଲେ ଏହା ମଣିଷ ଶରୀର ଉପରେ କୁପ୍ରଭାବ ପକାଇବା ସହିତ ଭିତରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯେମିତିକି ହାର୍ଟ ଓ ମସ୍ତିସ୍କକୁ ମଧ୍ୟ ଗଭୀର କ୍ଷତି ପହଞ୍ଚାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.